Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା

International

ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା

Ritu Das
Browse all articles by Ritu Das
·2 years ago
ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା

ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଆଫଗାନିସ୍ତାନ ମିଡିଆ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନ ଥିବା ସ୍ପଷ୍ଟ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବଦଖଶାନ ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ରୁଷିଆ ଯାଉଥିଲା ବେଳେ ପାହାଡ଼ରେ ପିଟି ହୋଇ ଖସିପଡ଼ିଥିବା କୁହାଯାଉଛି। 

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନରେ ଘଟିଥିବା ଦୁର୍ଭାଗ୍ୟଜନକ ବିମାନ ଦୁର୍ଘଟଣା ନା ଭାରତୀୟ ବିମାନ ନା ଏକ ଚାର୍ଟର ବିମାନ। ଏହା ମୋରକୋ -ପଞ୍ଜୀକୃତ ଛୋଟ ବିମାନ ଅଟେ। ବର୍ତ୍ତମାନ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

ଅନ୍ୟପଟେ ଏହି ଘଟଣାରେ ଋଷ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନରେ ଥିବା ୬ଜଣଙ୍କ ସହ ଋଷର ଏକ ପଞ୍ଜୀକୃତ ବିମାନ ଶନିବାର ସନ୍ଧ୍ୟାରେ ଆଫଗାନିସ୍ତାନ ଉପରେ ରାଡାର ସ୍କ୍ରିନରୁ ଅଦୃଶ୍ୟ ହୋଇଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 

Sponsored
Plane crash | Argus English