ଭାଙ୍ଗୁଛି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଅଣ୍ଟା
·1 year ago

ଅର୍ଗସ ବ୍ୟୁରୋ : ଭାଙ୍ଗୁଛି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଅଣ୍ଟା । ଘନ ଘନ ରକେଟ୍ ମାଡ଼ରେ ଜଳୁଛି ଲେବାନନ । ଜଣେ ଜଣେ ହିଜବୁଲ୍ଲା କମାଣ୍ଡରଙ୍କୁ ନିପାତ କରୁଛି ଇସ୍ରାଏଲ ସେନା। କିଛି ଘଣ୍ଟା ପୂର୍ବରୁ ଆଡିଏଫ୍ ର ବୋମା ମାଡ଼ରେ ନିପାତ ହୋଇଛି ହିଜବୁଲ୍କାର ସବୁଠାରୁ ପାୱାରଫୁଲ କମାଣ୍ଡର ଇବ୍ରାହିମ୍ କାବିସି । ବର୍ଷ ବର୍ଷ ଧରି ଇସ୍ରାଏଲ ସୀମାରେ ବାରମ୍ବାର ମିସାଇଲ ଆକ୍ରମଣ କରିବା ପଛର ମାଷ୍ଟର ମାଇଣ୍ଡ ଥିଲା କାବିସି ।
ଅଧିକ ପଢନ୍ତୁ : ଇସ୍ରାଏଲଙ୍କ ଭୟଙ୍କର ଆକ୍ରମଣ : ୨ ଘଂଟାରେ...
ଇସ୍ରାଏଲ ଓ ହିଜବୁଲ୍ଲାର ବିବାଦ ଭିତରେ ଚୀନ୍ ଲେବାନନ୍ କୁ ସମର୍ଥନ ଜଣାଇଥିବା ବେଳେ ଆମେରିକା ଦୁଇ ଦେଶ ରାଷ୍ଟ୍ର ମୁଖ୍ୟଙ୍କ ସହିତ ସମ୍ପର୍କ କରିଛି ବୋଲି ସୂଚନା ମିଳିଛି। ଅନ୍ୟପଟେ ଇରାନ୍, ଇଜିପ୍ଟ, ସିରିଆ, ଲେବାଲନ୍ ସମର୍ଥନରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: