|
logo
Live

Argus News - ଗୋବର ଇନ୍ଧନରେ ଉଡିବ ରକେଟ, ସଫଳ ହେଲା ପରୀକ୍ଷା

International

ଗୋବର ଇନ୍ଧନରେ ଉଡିବ ରକେଟ, ସଫଳ ହେଲା ପରୀକ୍ଷା

Jitendra Dash
Browse all articles by Jitendra Dash
·2 years ago
ଗୋବର ଇନ୍ଧନରେ ଉଡିବ ରକେଟ, ସଫଳ ହେଲା ପରୀକ୍ଷା

ଅର୍ଗସ ବ୍ୟୁରୋ : ସମ୍ଭାଳି ରଖନ୍ତୁ ଗୋବର । କାରଣ ଗୋବର ଇନ୍ଧନରେ ବି ଉଡିପାରେ ରକେଟ। ‘ଜିରୋ’ ରକେଟ୍‌ ନିମନ୍ତେ ‘ହୋକାଇଡୋ ସ୍ପେସ୍‌ପୋର୍ଟ’ରେ ଜାପାନର ମହାକାଶ କମ୍ପାନି ‘ଇଣ୍ଟର୍‌ଷ୍ଟେଲାର୍‌ ଟେକ୍ନୋଲୋଜିସ୍’ର ଇଞ୍ଜିନିୟର୍‌ମାନେ ଗୋବର ଗ୍ୟାସ୍‌ଦ୍ବାରା ଚାଳିତ ଏକ ରକେଟ୍‌ ଇଞ୍ଜିନ୍‌ର ସଫଳ ପରୀକ୍ଷା କରିଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

୧୦ ସେକେଣ୍ଡ୍‌ର ଏହି ପରୀକ୍ଷଣ ସମୟର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।  ଭିଡିଓରେ ଦେଖାଯାଉଛି ପରୀକ୍ଷା କରାଯାଉଥିବା ଇଞ୍ଜିନରୁ ଶକ୍ତିଶାଳୀ ନୀଳ ରଙ୍ଗର ଅଗ୍ନିଶିଖା ବାହାରୁଛି । ହୋକାଇଡୋ ଡେରି ଫାର୍ମରୁ ସଂଗୃହୀତ ଗାଈ ଗୋବରରୁ  ତରଳ ‘ବାୟୋମିଥେନ୍‌’ଗ୍ୟାସ୍‌ ପ୍ରସ୍ତୁତ କରାଯାଇ ତାହାକୁ ରକେଟ୍‌ର ଇନ୍ଧନ ଭାବେ ବ୍ୟବହାର କରାଯାଇଥିଲା । ଏହା ମହାକାଶ ଅନ୍ବେଷଣ କ୍ଷେତ୍ରରେ ନୂତନ ସମ୍ଭାବନା ଉନ୍ମୁକ୍ତ କରିଛି ବୋଲି ବୈଜ୍ଞାନିକମାନେ କହୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗୋବର ଇନ୍ଧନରେ ଉଡିବ ରକେଟ, ସଫଳ ହେଲା ପରୀକ୍ଷା | Argus English