ଜାପାନରେ ବିପଦ ପରେ ବିପଦ, ଆଜି ପୁଣି ବିମାନରେ ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ : କାଲି ଭୂକମ୍ପ ଆଜି ଅଗ୍ନିକାଣ୍ଡ । ଜାପାନରେ ବିପଦ ପରେ ବିପଦ । ଆଜି ପୁଣି ବିମାନରେ ଲାଗିଲା ନିଆଁ । ନିଆଁ ଲାଗିଥିବା ବିମାନରୁ ୩୭୯ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଘଟଣା ବିମାନରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢାଇଥିବା ବେଳେ ଜରୁରୀକାଳୀନ ଟିମ୍ ତୁରନ୍ତ ପ୍ରତିକ୍ରିୟା ଦେଇ ନିଆଁକୁ ଆୟତ୍ତ କରିବା ସହ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
#WATCH | A Japan Airlines jet was engulfed in flames at Tokyo's Haneda airport after a possible collision with a Coast Guard aircraft, with the airline saying that all 379 passengers and crew had been safely evacuated: Reuters
(Source: Reuters) pic.twitter.com/fohKUjk8U9
📱 Get Argus News App
✨ପ୍ରାଥମିକ ସୂଚନା ଅନୁଯାୟୀ, ଟୋକିଓ-ହାନେଡା ବିମାନବନ୍ଦରର ରନୱେରେ ଜାପାନ ଏୟାରଲାଇନ୍ସର ବିମାନ ଜେଏଲ୫୧୬, ଏୟାରବସ୍ ଏ୩୫୦ ତଟରକ୍ଷୀ ବାହିନୀର ଏକ ବିମାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନାହିଁ ।