Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଶାଣି ସାଜିଲା ବେଦୀ , ସାତ ଜନ୍ମର ସାଥି ହେଲେ ପ୍ରେମୀ ଯୁଗଳ

International

ମଶାଣି ସାଜିଲା ବେଦୀ , ସାତ ଜନ୍ମର ସାଥି ହେଲେ ପ୍ରେମୀ ଯୁଗଳ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ମଶାଣି ସାଜିଲା ବେଦୀ , ସାତ ଜନ୍ମର ସାଥି ହେଲେ ପ୍ରେମୀ ଯୁଗଳ

ଅର୍ଗସ ବ୍ୟୁରୋ : ଏକ ସମୟ ଥିଲା ଯେତେବେଳେ ବିବାହ ରୀତିନୀତି ଏବଂ ପରିବାରକୁ ଗୁରୁତ୍ୱ ଦିଆଯାଇ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ। ଏବେ ପରସ୍ପର ସହିତ ରହିବା ଅପେକ୍ଷା ସେମାନଙ୍କ ବିବାହ କେତେ ସ୍ବତନ୍ତ୍ର ଆଉ ଭିନ୍ନ ହୋଇପାରିବ ତା ଉପରେ ଦମ୍ପତିମାନେ ଅଧିକ ଉତ୍ସାହିତ ହେଉଛନ୍ତି|


ଦିନଥିଲା ଲୋକମାନେ ଘରେ ନଚେତ୍ ମନ୍ଦିରରେ ବିବାହ କରି ଠାକୁରଙ୍କ ଆଶୀର୍ବାଦ ନେଉଥିଲେ। ହେଲେ ଆଜିକାଲି ସମସ୍ତେ ମଣ୍ଡପ ନହେଲେ ହୋଟେଲରେ ବିବାହ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆମେରିକାର ଏକ ଯୋଡି ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ଏକ ସ୍ଥାନକୁ ବାଛିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଠି କେବେ କେହି ବିବାହ କରିବା କଥା ସ୍ବପ୍ନରେବି ଭାବିନଥିବେ। ସେଇଟି ଥିଲା ଏକ କବରଖାନା । ଯେଉଁଠି ଲକ୍ଷ ଲକ୍ଷ ମୃତ ଦେହର ହାଡ ଏବଂ ଖପୁରୀ ରହିଛି। ଉକ୍ତ ଦମ୍ପତି ତାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି। ଯାହା ଏବେ ସମସ୍ତଙ୍କ ମଧ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି।


 ଉକ୍ତ ଦମ୍ପତ୍ତି କହିଛନ୍ତି, ରାତି ଖାଇବା ସାରିବା ପରେ ସେ ନିଜ ବନ୍ଧୁ ଏବଂ ଜଣେ ପେସାଦାର ଟୁର ଗାଇଡ୍‌ଙ୍କୁ ଧରି ଏକ ଗୁପ୍ତ ରାସ୍ତା ଦେଇ ଉକ୍ତ ଭୟଙ୍କର କବରଖାନାରେ ପହଞ୍ଚିଥିଲେ । ସେଠାରେ ସେମାନେ ଉକ୍ତ ହାଡ଼ ଏବଂ ମୁଣ୍ଡର ଗଦା ମଧ୍ୟରେ ବିବାହ କରିବା ସହ ଫଟୋଶୁଟ୍ ବି କରିଥିଲେ । ଯୋଡ଼ି ବାଛିଥିବା ବିବାହ ସ୍ଥାନଟି ଥିଲା ‘ଫ୍ରେଞ୍ଚକାଟାକମ୍ବସ’ । ଯେଉଁଠାରେ କୁହାଯାଏଯେ ୬୦ ଲକ୍ଷ ଲୋକଙ୍କ ମୃତଦେହର ହାଡ଼ ଏବଂ ଖପୁରୀ ସଜାହୋଇ ରହିଛି। ମାଟି ଉପରୁ ୨୦ ମିଟର ଗଭୀରତାରେ ଏହି କବରଖାନା ନିର୍ମିତ ହୋଇଛି । ଏଠାରେ ହାଡ଼ ଏବଂ ଖପୁରୀକୁ ଏଭଳି ସଜାଯାଇ ରଖାଯାଇଛି ଯେ, ତାହା ଦୁଇ କିଲୋମିଟର ଲମ୍ବା କାନ୍ଥ ପାଲଟିଯାଇଛି । ଏହା ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ଡରିଥାନ୍ତି । ତେଣୁ ଏଠାରେ ବିବାହ କରିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ କଥା ଅଟେ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଦେଶ ଖବର ଆହୁରି ପଢନ୍ତୁ

Sponsored
I got married surrounded by millions of skulls in the creepy Catacombs of Paris | Argus English