Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେପାଳରେ ପୁଣି ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୩.୬

International

ନେପାଳରେ ପୁଣି ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୩.୬

Ritu Das
Browse all articles by Ritu Das
·2 years ago·1 min read
ନେପାଳରେ ପୁଣି ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୩.୬

ଅର୍ଗସ ବ୍ୟୁରୋ: ଆଜି ଭୋର ୪ଟା ୩୮ରେ ନେପାଳରେ ପୁଣି ଥରେ ଭୂମିକମ୍ପ ହୋଇଥିବା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି। ରିକ୍ଟର୍‌ ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୩.୬ ବୋଲି ରେକର୍ଡ କରାଯାଇଛି।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ‘ଏକ୍ସ’ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି, ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍‌ ଦୂର ଭୂଗର୍ଭର ୧୦ କିଲୋମିଟର୍‌ ଗଭୀରରେ ପାହାନ୍ତା ୪.୩୮ ମିନିଟ୍‌ରେ ଏହି ଭୂମିକମ୍ପ  ହୋଇଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତ୍ରରେ ନେପାଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଘଟି ୧୫୭ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଅନେକ ଘରବାଡ଼ି ଭାଙ୍ଗିଯାଇଥିଲା। କେବଳ ସେତିକି ନୁହେଁ, ଶନିବାର ଅପରାହ୍ଣରେ ମଧ୍ୟ ୩.୩ ତୀବ୍ରତାବିଶିଷ୍ଟ ଭୂମିକମ୍ପ ପରବର୍ତ୍ତୀ କମ୍ପନ ଅନୁଭୂତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୂମିକମ୍ପ ଯୋଗୁଁ ନେପାଳରେ ଘଟିଥିବା ଧନଜୀବନ ନଷ୍ଟ ଲାଗି ଗଭୀର ଦୁଃଖ ବ୍ୟକ୍ତ କରିଥିଲେ। ନେପାଳକୁ ସମର୍ଥନ କରିବା ସହିତ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ଆଗ୍ରହୀ ବୋଲି ସେ କହିଥିଲେ।

ଅଧିକ ପଢ଼ନ୍ତୁ ବିଦେଶ ଖବର


 

Sponsored
Another earthquake | Argus English