Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୧୯ ଘଣ୍ଟା ୫୭ ମିନିଟର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼

International

୧୧୯ ଘଣ୍ଟା ୫୭ ମିନିଟର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
୧୧୯ ଘଣ୍ଟା ୫୭ ମିନିଟର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼

ଅର୍ଗସ ବ୍ୟୁରୋ : ପ୍ରତ୍ୟେକ ଲୋକ ଚାହିଁଥାନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ । ଆଉ ସେଥିପାଇଁ ସେ ଯଥେଷ୍ଟ ପରିଶ୍ରମ ଏବଂ ଚେଷ୍ଟା ବି କରିଥାନ୍ତି । କାରଣ ସମସ୍ତଙ୍କୁ ପ୍ରଶଂସା ବେଶ୍‌ ପସନ୍ଦ । ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଆଲାନ୍ ଫିସର । ଯିଏକି ୧୧୯ ଘଣ୍ଟା ୫୭ ମିନିଟର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼ କରିଛନ୍ତି । 


ଆଲାନ ଫିସର । ଆୟାରଲାଣ୍ଡର ବାସିନ୍ଦା । ଆଲାନ୍ ଏବେ ଏମିତି ରୋଷେଇ କରିଛନ୍ତି ଯାହାକୁ ନେଇ ସେ ବିଶ୍ଵରେ ଏବେ ଭାରି ଚର୍ଚ୍ଚାରେ ଅଛନ୍ତି । ନିକଟରେ ଆଲାନ୍ ଫିସର  ରନ୍ଧନ ସମ୍ବନ୍ଧୀୟ ଦୁଇଟି ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି। ପ୍ରଥମଟି ହେଉଛି ମ୍ୟାଟସୁରେ ଥିବା ତାଙ୍କର ଇଂରେଜ-ଥିମ୍ ରେଷ୍ଟ୍ରୁରାଣ୍ଟରେ ୧୧୯ ଘଣ୍ଟା ୫୭ ମିନିଟ ପାଇଁ ନନ୍ ଷ୍ଟପ୍ ରାନ୍ଧି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଏବଂ ଦ୍ବିତୀୟଟି ହେଉଛି ନାଇଜେରୀୟ ସେଫ୍ ହିଲଡା ବାସି ଯିଏକି ପୂର୍ବରୁ ଏହି ରେକର୍ଡ କରିଥିଲେ । ହେଲେ ତାଙ୍କଠାରୁ ଫିସର ୨୪ ଘଣ୍ଟା ଅଧିକ ସମୟ ରୋଷେଇ କରି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଆଲାନ୍ ଫିସର ଆମେରିକାର ୱେଣ୍ଡି ସାଣ୍ଡର୍ନଙ୍କ ଦ୍ୱାରା ନିର୍ମିତ ରେକର୍ଡକୁ ଭାଙ୍ଗି ଦୀର୍ଘ ୪୭ ଘଣ୍ଟା ୨୧ ମିନିଟ୍ ଧରି ଲଗାତାର କେକ୍ ପ୍ରସ୍ତୁତ କରି ବେକିଂ ମାରାଥନ୍ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଲାନ୍ ଲଗାତର ଭାବେ ୧୬୦ ଘଣ୍ଟାରୁ ଅଧିକ ସମୟ ଧରି ରୋଷେଇ ଘରେ ହିଁ କାମ କରୁଥିଲେ। ଯାହାକି ଜଣେ ସାଧାରଣ ଲୋକ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ହୋଇଥାଏ।


ଏହିପରି ଭାବେ ଦୀର୍ଘ ୯ ଦିନର ରୋଷେଇରେ ସେ ୩୫୭ କେ.ଜି. ଓଜନର କେକ୍ ଓ ୫୯୦ କେ.ଜି. ଓଜନର ଅନ୍ୟାନ୍ୟ ଖାଦ୍ୟ ଯାହା ୩୨ ପ୍ରକାର ବ୍ୟଞ୍ଜନ ସମ୍ବଳିତ ଅଟେ, ତାହା ସେ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ମାରାଥନ ରୋଷେଇ ବେଳେ ତାଙ୍କୁ ଏକାକୀ ପ୍ରାୟ ତିନି କ୍ୱିଣ୍ଟାଲ ଆଳୁରୁ ଚୋପା ଛଡ଼ାଇବାକୁ ପଡ଼ିଥିଲା । ଏବଂ ସେ ନିଜ ହାତରେ ଆବଶ୍ୟକ ପରିମାଣର ଅଟା ମଧ୍ୟ ଦଳିଥିଲେ ।ତାଙ୍କର ଏହି ଚେଷ୍ଠା ଏବଂ ପରିଶ୍ରମ ପାଇଁ ସେ ଆଜି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏବଂ ଚାରିଆଡୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ବିଦେଶ ଖବର...

Sponsored
Alan Fisher has set a new world record for cooking non-stop, breaking the previous record by more than 24 hours. | Argus English