Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କୋଟି କୋଟି ସମ୍ପତ୍ତିର ଅଧିକାରୀ ଏହି ପରିବାର

International

କୋଟି କୋଟି ସମ୍ପତ୍ତିର ଅଧିକାରୀ ଏହି ପରିବାର

Arpita Mohanty
Browse all articles by Arpita Mohanty
·2 years ago·1 min read
କୋଟି କୋଟି ସମ୍ପତ୍ତିର ଅଧିକାରୀ ଏହି ପରିବାର

Key Points

  • ଦୁନିଆରେ ଥିବା ସବୁଠୁ ଧନୀ ପରିବାର 
  • ପ୍ରତ୍ୟେକଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି
  • ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦଙ୍କର ପରିବାର ହେଉଛି ସବୁଠାରୁ ଧନୀ 

ଅର୍ଗସ ବ୍ୟୁରୋ : ଦୁନିଆରେ ଅନେକ ଧନୀ ଲୋକ ଅଛନ୍ତି। କିନ୍ତୁ ଏମିତି ଏକ ଧନୀ ପରିବାର ତଥା ରାଜ ପରିବାର ଅଛି ଯେଉଁ ପରିବାରର ପ୍ରତ୍ୟେକ ବ୍ୟକ୍ତି ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଆଉ ସେ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି , ସେ ହେଉଛନ୍ତି ଜଣେ ରାଷ୍ଟ୍ରପତି । ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହାୟନ। ତାଙ୍କ ପରିବାର ହେଉଛି ଦୁନିଆର ସବୁଠାରୁ ଧନୀ ପରିବାର । ପରିବାର ପାଖରେ  ୪୦୭୮ କୋଟିର ଘର, ୭୦୦ଟି ବିଳାସପୂର୍ଣ୍ଣ କାର ଏବଂ 8 ଟି ଘରୋଇ ଜେଟ୍ ଅଛି । ଏକ ରିପୋର୍ଟ ଅନୁଯାୟୀ ଏହି ରୟଲ ଫ୍ୟାମିଲିର ସମୁଦାୟ ସମ୍ପତ୍ତି ୨୫ ଲକ୍ଷ କୋଟିଠାରୁ ବି ଅଧିକ। ମହମ୍ମଦ ବିନ ଜାଏଦ ଅଲ ନାହାୟନ, ସେ ହେଉଛନ୍ତି ଜଣେ ଏମିରାଟୀ ରାଜକୀୟ ତଥା ରାଜନେତା ଯିଏ ବର୍ତ୍ତମାନ ୟୁନାଇଟେଡ ଆରବ ଏମିରେଟ୍ସର ତୃତୀୟ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବରେ କାର୍ଯ୍ୟ କରୁଛନ୍ତି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଖ ମହମ୍ମଦଙ୍କ ପରିବାରର ପ୍ରତ୍ୟେକ ବ୍ୟକ୍ତି ପାଖରେ ଅଛି କୋଟି କୋଟି ସମ୍ପତ୍ତି । ତା ସହିତ ଏହି ରାଜ ପରିବାରର ପେଟ୍ରୋଲିୟମ କମ୍ପୀନୀ ଏବଂ ଅନେକ ବଡ଼ ବଡ଼ କମ୍ପାନୀରେ ଭାଗୀଦାରିତା ମଧ୍ୟ ରହିଛି । ମାଞ୍ଚେଷ୍ଟର ସିଟି ଫୁଟବଲ୍ କ୍ଲବରେ ଏହି ପରିବାରର ଦବଦବା ରହିଛି । ଖାଲି ୟୁଏଇରେ ନୁହେଁ ବରଂ ଲଣ୍ଡନ ଏବଂ ପ୍ୟାରିସରେ ମଧ୍ୟ ଏହି ପରିବାରର ଅନେକ ସମ୍ପତ୍ତି ରହିଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର

Sponsored
billions of assets | Argus English