|
logo
Live

Argus News - କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ...

Horoscope

କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ...

Ritu Das
Browse all articles by Ritu Das
·2 years ago·4 min read
କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ...

ରବିବାର

ଅର୍ଗସ ବ୍ୟୁରୋ : କେମିତି କଟିବ ଆଜି ଆପଣଙ୍କ ଦିନ । ପଢ଼ନ୍ତୁ ଆପଣଙ୍କ ରାଶିଫଳ କଣ କହୁଛି...
ମେଷ-
ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ଉଥାନ,ପତନରେ ଗତି କରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତ୍ରୁମାନଙ୍କୁ ମୁକାବିଲା କରିପାରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ କିଛି ଘାସ ଖାଇବାକୁ ଦିଅନ୍ତୁ

ବୃଷ-
ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସୋମାନେ ଏଥିରେ ସଫଳ ହେବେ । ବିଦ୍ୟାର୍ଥୀ ମାନେ ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ପାଇବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର  ପାଠ  କରନ୍ତୁ     

ମିଥୁନ-
ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ସୁଧାର ଆସିବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇପାରନ୍ତି । କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

କର୍କଟ-
ସାମାଜିକ ପ୍ରତିଷ୍ଠା,ମାନସମ୍ମାନ, ବୃଦ୍ଧି ପାଇବ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ । ଆଲୋଚନା ଅନୁଯାୟୀ କାମ ସବୁ ଠିକରେ ହୋଇଯିବ ।  
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୁବନେଶ୍ୱରୀ  ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ସିଂହ-
କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାର‌୍ୟ୍ୟ ସହଯୋଗ କରିବେ। ଉତ୍ତରାଧିକାରୀ ଓ ପୈତୃକ ସମ୍ପତ୍ତିକୁ ନେଇ କୋର୍ଟକଚେରୀ ମାମଲାରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ଅଧିକ ଲୋକସମ୍ପର୍କ ଫଳରେ ଆତ୍ମସନ୍ତୋଷ ମିଳିବ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଇଷ୍ଟ ଦେବୀ  ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
କନ୍ୟା-
ନିଜ କାମ ଉପରେ ଧ୍ୟାନ ଦେଲେ କଠିନ ପରିଶ୍ରମର ଫଳାଫଳ ପାଇବେ । ଆୟର ନୂତନ ଉତ୍ସଗୁଡିକ ବିକାଶ କରିପାରିବେ । କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
କର୍ମକ୍ଷେତ୍ରରେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ବ୍ୟବସାୟରେ ବିଶେଷ ଲାଭାନ୍ୱିତ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଛା-
ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ ।ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ଶତ୍ରୁ ଓ ବିରୋଧୀ ଅପଦସ୍ଥ ହେବେ । ପତିପତ୍ନୀଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ  ପାଠ କରନ୍ତୁ

ଧନୁ-
ପୁରାତନ ରୋଗର ଉପଶମ ହୋଇ ଶରୀର ସୁସ୍ଥ ରହିବ । ବ୍ୟବସାୟରେ ଅଂଶୀଦାର ମାନଙ୍କ ସହ କିଛି ଚୁକ୍ତିନାମା କରିପାରନ୍ତି । ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା  ଦିଗକୁ ମନ ବଳେଇ ପାରନ୍ତି । ନୂତନ ବନ୍ଧୁଙ୍କ ଭେଟ ହେବା ଫଳରେ ଅଟକି ଯାଇଥିବା କାମକୁ ସମ୍ପୂର୍ଣ୍ଣ କରିବେ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ । ପରିବାରରେ କୌଣସି ବ୍ୟକ୍ତିଙ୍କର ନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିପାରେ ।ରାଜନୈତିକ କ୍ଷେତ୍ରରେ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । କଳା, ଚଳଚ୍ଚିତ୍ର କ୍ଷେତ୍ରରେ ଆଗେଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର  ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ପରିବେଶ ଆପଣଙ୍କ ସପକ୍ଷରେ ରହିବ ଓ ନୂତନ ଆୟର ଉତ୍ସ ବିକାଶ ହେବ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ । ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ମନରେ ଉତ୍ସାହ ରହିବ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେବାର ସମ୍ଭାବନା ରହିଛି   
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ-
ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଅବିବାହିତ ଯୁବକ,ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ନିଜର ବ୍ୟବହାର ସଂଯମତା ରଖନ୍ତୁ ନଚେତ୍ ଗ୍ରାହକଙ୍କ ସହ ତର୍କବିତର୍କ ହେବା ଫଳରେ ବାଣିଜ୍ୟ କ୍ଷେତ୍ରରେ ବିଶେଷ କ୍ଷତି ହୋଇପାରେ । ପିଲାଙ୍କ ପଢାକୁ ନେଇ ଚିନ୍ତିତ ରହିପାରନ୍ତି ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ।

ଅଧିକ ପଢ଼ନ୍ତୁ ରାଶିଫଳ ଖବର 
 

Sponsored
କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ... | Argus English