ଆଜିର ରାଶିଫଳ, ଏହି ରାଶିକୁ ମିଳିବ ଖୁସି ଖବର...

ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ତାକୁ ନେଇ ଚିନ୍ତିତ କି ? ତେବେ ଜାଣି ରଖନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।
ମେଷ-
ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ । କୈାଣସି କାମରେ ଯଥେଷ୍ଟ ଲାଭ ହେବ । ପ୍ରେମ ଜୀବନ ଭଲ ରହିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ୫ ଟି ନାଲି ମନ୍ଦାର ଫୁଲକୁ ସୁର୍ଯ୍ୟଦେବତାକୁ ଅର୍ପଣ କରନ୍ତୁ ।
ବୃଷ-
ବେପାରରେ ବକେୟା ଅର୍ଥ ପାଇବେ । ସୁନା ଅଳଙ୍କାର କିଣିବା ଲାଗି ଭାବିବେ । ନୂଆ ଉଦ୍ୟୋଗି ଗଢିବା ପାଇଁ ଭାବିବେ । ଜମି-ବାଡିକୁ ନେଇ ଝମେଲା ଦେଖାଦେବ । ଆର୍ଥୀକ ପରିସି୍ଥତି ଖରାପ ହେବ । କାମଧନ୍ଦାରେ ଉନ୍ନତି ହେବ । ଅଚିହ୍ନା ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇ ଧନ୍ୟ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କ ମନ୍ତ୍ର ଜପ କରନ୍ତୁ ।
ମିଥୁନ-
ବ୍ୟବସାୟରେ ଉନ୍ନତି କରିବେ । ପରିବାରରେ ପୁତ୍ର ସନ୍ତାନର ଲାଭ ମିଳିବ । ମାନସିକ ମଧ୍ୟମ ଧରଣର ଲାଭ ପାଇବେ । ସକାରତ୍ମକ ଭାବନା ଘେନି ଆଗକୁ ବଢିବେ । ଚାକିରିରେ ପଦୋନ୍ନତି ମିଳିପାରେ । ଶିକ୍ଷାର୍ଥୀ ମାନେ କଠିନ ପରିଶ୍ରମ ଦ୍ୱାରା ସଫଳତା ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ଜପ କରନ୍ତୁ ।
କର୍କଟ-
ସୁସ୍ଥ ଅନୁଭବ କରିବେ । ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ ।ବାହନ କିଣିବା ଲାଗି ଆଗ୍ରହ ବଢିବ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ ।
ସିଂହ-
ବ୍ୟବସାୟୀଙ୍କୁ ଲାଭ ମିଳିବ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ । ଭୂ-ସମ୍ପତି କିଣିବା ପୂର୍ବରୁ ଶୁଭ ମୁହୂର୍ତ ଦେଖନ୍ତୁ । ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବିଷ୍ଣୁଙ୍କର ଉପାସନା କରିବ ।
କନ୍ୟା-
ବୁଦ୍ଧି ବିଦ୍ୟାର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିବେ । ଦେହ, ମନକୁ ଭଲ ରଖିବା ପାଇଁ ଚେଷ୍ଟା କରିବେ । ଅଫିସ୍ରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାର୍ୟ୍ୟ ପାଇବେ । ଭାଗ୍ୟବାଦୀ ନ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ଚେଷ୍ଟା କରିବେ । ଆଜି ରହିଯାଇଥିବା କାମକୁ ଶେଷ କରିବାକୁ ଚିନ୍ତା କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଛୋଟପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ ।
ତୁଳା-
ଗୃହିଣୀ ମାନେ କର୍ତ୍ତବ୍ୟ ନିର୍ବାହ କରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ । ଔଷଧ ସମ୍ପନ୍ଧୀୟ ବ୍ୟବସାୟ, ଖଣିଜ ସମ୍ପଦ ବ୍ୟବସାୟରୁ ଲାଭବାନ୍ ହେବେ । ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ବିଛା-
ଆପଣଙ୍କର ଆତ୍ମ ବିଶ୍ୱାସ ସ୍ଥର ଉଚ୍ଚ ରହିବ । ପରିବାରର ସଦସ୍ୟଙ୍କ ସହିତ ଭଦ୍ର ଭାବରେ କଥା ହେବେ ଏବଂ ସହନଶୀଳତା ବଜାୟ ରଖିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ନୂଆ ଗୃହ ନିର୍ମାଣ କରି ଘରକୁ ଅଧିକ ଆକର୍ଷଣ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୌଣସି ଲାଲ୍ ରଙ୍ଗର ଗାଇକୁ ଛୁଇଁ ପ୍ରଣାମ କରନ୍ତୁ ।
ଧନୁ-
ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସଂପନ୍ନ ହେବା କଷ୍ଟକର ହୋଇପାରେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ତିଲକ କରି ମୁଣ୍ଡରେ ଲଗାନ୍ତୁ ।
ମକର-
ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ମହିଳାମାନେ ବ୍ୟସ୍ତତା ଭିତରେ କାର୍ୟ୍ୟ ସାଧନ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରାଶି ଗୁଣ୍ଡ ପିମ୍ପୁଡି ଗାତ ନିକଟରେ ପକାନ୍ତୁ ।
କୁମ୍ଭ-
କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଗୋଟେ ନାସିଲଗା ପଇଡକୁ ଭାସିଯାଉଥିବା ଜଳରେ ଭସେଇଦିଅନ୍ତୁ
ମୀନ-
ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ । କାର୍ୟ୍ୟ କ୍ଷେତ୍ରରେ ଖୁବ ଶିଘ୍ର ସଫଳତା ପାଇବେ । ଆୟରେ ଉନ୍ନତି ଘଟିବ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ । ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ବ୍ରାହ୍ନଣଙ୍କର ସେବା କରନ୍ତୁ ।
ଅଧିକ ପଢ଼ନ୍ତୁ ରାଶିଫଳ ଖବର: