|
logo
Live

Argus News - କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ...

Horoscope

କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ...

Jitendra Dash
Browse all articles by Jitendra Dash
·2 years ago·4 min read
କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ...

ଅର୍ଗସ ବ୍ୟୁରୋ : କେମିତି କଟିବ ଆଜି ଆପଣଙ୍କ ଦିନ । ପଢ଼ନ୍ତୁ ଆପଣଙ୍କ ରାଶିଫଳ କଣ କହୁଛି...
ମେଷ-
ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ସଭା ସମିତିରେ କାମ ଗୁଡିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଯିବ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ-
ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ । ମନ କଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ଯାନବାହନ ଭ୍ରମଣରେ ସତର୍କ ରହିବା ଉଚିତ୍ । ସରକାରୀ କ୍ଷେତ୍ରରେ ଉନ୍ନତିହେବା ସହ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଛାତ୍ରଛାତ୍ରି ମାନଙ୍କର ମାନସିକ ବିକାଶ ଘଟିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ମିଥୁନ-
ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ନିଜ ପରିସରରେ କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ । ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରିନେବେ ।  ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କର୍କଟ-
ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । କିଛି ଭଲ ଖବର ମିଳିବ , ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ । ଭୁଲ୍ ବୁଝାମଣାରୁ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ହୋଇପାରେ । ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ଜମିରେ ନିବେଶ ପାଇଁ ଶୁଭ ରହିବ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା-
ବ୍ୟବସାୟରେ କଠିନ ପରିଶ୍ରମ କଲେ  ଲାଭବାନ ହୋଇପାରନ୍ତି । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ । ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କାଉକୁ ଖାଇବାକୁ ଦିଅନ୍ତୁ    

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା- 
ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ବହୁ ଦିନର ସ୍ୱପ୍ନ ସାକାର ହେବ । ଭୂ-ସମ୍ପତି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ ।  ଜମିଜମା କିଣିବାର ସୁଯୋଗ ରହିଛି । ଚାକିରିରେ କୈାଣସି ଗୋଟେ ବଡ ପଦବୀ ଯାଇପାରେ ।  ମହିଳା ମାନେ ଧର୍ମପରାୟଣ ହେବେ     
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା-
କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ବାହାର ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ପଢାପଢିରେ ଶୁଭଫଳ ମିଳିବ । ଅଫିସ୍ କାମରେ ବ୍ୟସ୍ତ ରହିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । ରାଜନେତାଙ୍କ ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।   
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
 
ମକର-
କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ସେଥିରେ ଲାଭ ମିଳିବ । ଘରକୁ ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ  କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ । ମହିଳା ମାନଙ୍କର ମିଷ୍ଠାର୍ଣ୍ଣ ଭୋଜନର ଯୋଗ ରହିଛି । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ମହିଳା ମାନେ ସମସ୍ତଙ୍କ ପ୍ରିୟ ଭାଜନ ହେବେ । ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ଛୋଟ ଛୋଟ କଥାର ଅଣଦେଖା ନ କରିବା ଭଲ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମୀନ-
ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ପଢାପଢି ଓ ପରୀକ୍ଷାରେ ସଫଳତା ପାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ରାଶିଫଳ ବିଷୟରେ ଅଧିକ ଜାଣନ୍ତୁ

Sponsored
କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ... | Argus English