Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଗଣାରେ ପପକର୍ଣ୍ଣ,କୋଲ ଡ୍ରିଙ୍କ୍ସ ବାଣ୍ଟିଲେ ହଲ୍ ମ୍ୟାନେଜର

Devotion

ମାଗଣାରେ ପପକର୍ଣ୍ଣ,କୋଲ ଡ୍ରିଙ୍କ୍ସ ବାଣ୍ଟିଲେ ହଲ୍ ମ୍ୟାନେଜର

Smruti Parija
Browse all articles by Smruti Parija
·2 years ago·1 min read
ମାଗଣାରେ ପପକର୍ଣ୍ଣ,କୋଲ ଡ୍ରିଙ୍କ୍ସ ବାଣ୍ଟିଲେ ହଲ୍ ମ୍ୟାନେଜର

ଅର୍ଗସ ବ୍ୟୁରୋ:  ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ପୁରା ଦେଶରେ ଉତ୍ସାହର ମାହୋଲ । ମୁରାଦାବାଦର PVR ସିନେମା ହଲ୍ ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଇଭ୍ ଟେଲିକାଷ୍ଟ କରାଯାଇଥିଲା । ବହୁ ସଂଖ୍ୟାରେ ଲୋକ ସାକଳୁ ହଲ୍ କୁ ଯାଇଥିବା ଦେଖିବାକୁ ମିଳିଥିଲା । ଏମିତି ହଲ୍ ହାଉସ ଫୁଲ୍ ଥିଲା । ଏହାସହ ପୁରା ସହରରେ ଘରେ ଘରେ ମନ୍ଦିରରେ ଦୀପାବଳି ଭଳି ସଜ୍ଜା ଯାଇଥିବା ଦେଖିବାକୁ ମିଳିଥିଲା । 

ଏହି ଖାସ୍ ମୁହୂର୍ତ୍ତରେ PVR ଦ୍ୱାରା ଦର୍ଶକଙ୍କୁ ଫ୍ରୀ ପପକର୍ଣ୍ଣ, କୋଲ ଡ୍ରିଙ୍କ୍ସ୍ ର ସୁବିଧା ଉପଲବ୍ଧ କରାଯାଇଥିଲା । ଶୁଭ ମୂହୂର୍ତ୍ତ ଆରମ୍ଭ ହେବା ମାତ୍ରେ ଲୋକମାନେ ଜୟ ଶ୍ରାରାମ ନାରା ଲଗାଇଥିଲେ ।  ଭଗବାନ ରାମଙ୍କ ଦର୍ଶନ ହେବା ମାତ୍ରେ ହିଁ ଲୋକ ତାଳି ମାରିବାକୁ ଲାଗିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆଜି ସମସ୍ତଙ୍କର ସ୍ୱପ୍ନ ସାକାର ହୋଇଛି । ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜକୁ ଗୌରବଶାଳୀ ମନେ କରୁଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ram-mandir-pran-pratishtha-live-telecast-in-ram-temple | Argus English