Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀରାମଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

Devotion

ଶ୍ରୀରାମଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଶ୍ରୀରାମଙ୍କୁ ସ୍ବଚକ୍ଷୁରେ ଦର୍ଶନ କରିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

Key Points

  • ଜନ୍ମରୁ ଦୁନିଆ ଦେଖିନାହାନ୍ତି
  • ହେଲେ ଶ୍ରୀରାମଙ୍କୁ ସ୍ଵ' ଚକ୍ଷୁରେ ଦର୍ଶନ କରିଛନ୍ତି
  • ଦିନେ ତାଙ୍କୁ ଅଶୁଭ ବୋଲି କହୁଥିଲେ ପରିବାର ଲୋକେ
  • କିନ୍ତୁ ଏବେ ସବୁ ମଙ୍ଗଳ କାମରେ ପଡୁଛନ୍ତି ଲୋଡା
     

 ଅର୍ଗସ ବ୍ୟୁରୋ :  ପରିବାର ଦିନେ ଯାହାକୁ ଅଶୁଭ ବୋଲି କହୁଥିଲା, ଆଜି ପ୍ରତିଟି ମଙ୍ଗଳକାମରେ ତାଙ୍କୁ ଲୋଡା ଯାଉଛି । ଜନ୍ମରୁ ସେ ଦୁନିଆ ଦେଖିନାହାନ୍ତି ସତ କିନ୍ତୁ ମର୍ଯାଦା ପୁରୁଷ ଶ୍ରୀରାମଙ୍କ ଦର୍ଶନ କରି ଚର୍ମଚକ୍ଷୁକୁ କରିଛନ୍ତି ପବିତ୍ର । ମହାନ ସେ ଜଗଦଗୁରୁ, ମହାନ ତାଙ୍କର ଭକ୍ତି । କଳିଯୁଗରେ ଜନ୍ମ ପାଇ ବି ଭଗବାନଙ୍କ ଦର୍ଶନ କରି ପାଇଛନ୍ତି ଅପାର କରୁଣା । ଯାହାଙ୍କୁ ନେଇ ଏବେ କେବଳ ଭାରତ ନୁହେଁ ବରଂ ପୂରା ବିଶ୍ଵରେ ଚର୍ଚ୍ଚା । ଉତ୍ତରପ୍ରଦେଶରେ ରହୁଥିବା ଏହି ମହାନ୍ ସନ୍ଥ ହେଉଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ମାତ୍ର ୨ ମାସରୁ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ । ଛୋଟବେଳେ ତାଙ୍କୁ ତାଙ୍କ ପରିବାରରେ ଗିରିଧର ବୋଲି ଡାକୁଥିଲେ । ମାତ୍ର ୭ ବର୍ଷ ବୟସରେ ସେ ୬୦ ଦିନରେ ରାମାୟଣ ପଢି ଶେଷ କରିଥିଲେ । ଏହାପରେ ସେ ବେଦ ଉପନିଷେଦ, ଭାଗବତ ସବୁ ପଢି ଶେଷ କରିଦେଇଥିଲେ । ପିଲାବେଳୁ ନିଜ ଜେଜେବାପାଙ୍କ ପାଖରୁ ସେ ଗୀତା ଭାଗବତ ଉପରେ ବହୁତ ଶୁଣୁଥିଲେ । ଯେଉଁଥିପାଇଁ ଏସବୁ ପଢିୂବାକୁ ଆଗ୍ରହୀ ଥିଲେ ଗିରିଧର । ଏହାପରେ ସେ ସଂସ୍କୃତ ବ୍ୟାକରଣରେ ଡିଗ୍ରୀ ହାସଲ କରିଥିଲେ । ଡିଗ୍ରୀ ଶେଷ ହେବାପରେ ବୈଷ୍ଣବ ଧର୍ମର ଦୀକ୍ଷା ନେଇ ଆଜୀବନ ବ୍ରହ୍ମଚାରୀ ହେବାର ନିଷ୍ପତ୍ତି ନେଇଥିଲେ ରାମଭଦ୍ରାଚାର୍ଯ୍ୟ ।

ଏହାପରେ ସେ ଚିତ୍ରକୂଟର ତୁଳସୀଦାସ ଆଶ୍ରମରେ ରହିଥିଲେ । ଏବଂ ତାଙ୍କୁ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ରୁପେ ଆଖ୍ୟା ଦିଆଯାଇଥିଲା । ସେ ନିଜ ଆତ୍ମଜୀବନିରେ ଲେଖିଥିଲେ, ଛୋଟ ଥିବାବେଳେ ତାଙ୍କୁ ତାଙ୍କ ପରିବାରରେ ବାହାଘରରେ ଯିବାପାଇଁ ଅଶୁଭ କହି ମନା କରୁଥିଲେ । ହେଲେ ଏବେ ସେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଉଦଘାଟନ କରୁଛନ୍ତି । ରାମଭଦ୍ରାଚାର୍ଯ୍ୟ ସାକ୍ଷାତ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି । ସେ କହିଛନ୍ତି, ପୁରା ଶ୍ୟାମଳ ରଙ୍ଗର ସ୍ମିତହାସ୍ୟ ଧାରଣ କରିଥିବା ସେଇ ସୁନ୍ଦର ମୂର୍ତ୍ତୀଙ୍କୁ ମୁଁ ଦର୍ଶନ କରିସାରିଛି. ମତେ ସେ ସାକ୍ଷାତ ଦର୍ଶନ ଦେଇଛନ୍ତି । ମୁଁ କେବେ ମୋ ନିଜକୁ ଦୃଷ୍ଟିହୀନ ବୋଲି ଭାବିନି । କାରଣ ମତେ ସବୁକିଛି ଦେଖାଯାଏ । ମୁଁ ମୋ ନିଜକୁ ବି ଦେଖିପାରେ ବୋଲି କହିଛନ୍ତି ରାମଭଦ୍ରାଚାର୍ଯ୍ୟ । ସେ ବାଗେଶ୍ବର ଧାମରେ ରହୁଥିବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଗୁରୁ ଅଟନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagatguru Ramabhadracharya has seen Sriram with his own eyes | Argus English