Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଯୋଧ୍ୟାରେ ପ୍ରବଳ ଭିଡ, ମନ୍ଦିର ଭିତରେ ପଶିଲେ ଯବାନ

Devotion

ଅଯୋଧ୍ୟାରେ ପ୍ରବଳ ଭିଡ, ମନ୍ଦିର ଭିତରେ ପଶିଲେ ଯବାନ

Smruti Parija
Browse all articles by Smruti Parija
·2 years ago·1 min read
ଅଯୋଧ୍ୟାରେ ପ୍ରବଳ ଭିଡ, ମନ୍ଦିର ଭିତରେ ପଶିଲେ ଯବାନ

ଅର୍ଗସ ବ୍ୟୁରୋ: ପ୍ରଭୁ ଶ୍ରୀରମଙ୍କୁ ଦେଖିବାକୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ । ଲମ୍ବା ଲମ୍ବା ଲାଇନରେ ଛିଡା ହୋଇ ରାମଙ୍କ ଦର୍ଶନରେ ଶ୍ରଦ୍ଧାଳୁ । ଏପରିକି ଦୁଇ ଘଣ୍ଟା ଠାକୁରଙ୍କ ଦର୍ଶନ ବି ବନ୍ଦ ରହିଥିଲା । 

ଏମିତି ଭିଡ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବି କାଠିଗର ପାଠ ହୋଇପଡିଛି । ଏହାରି ମଧ୍ୟରେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ବଢିଛି ସୁରକ୍ଷା ବ୍ୟବସ୍ଥା । ଯେପରି କିଛି ଅନୁବିଧା ନହେଉ ସେଥିପାଇଁ ATS ଓ RAF ଯବାନଙ୍କୁ ମନ୍ଦିର ଭିରକୁ ପଠାଯାଇଛି ।   

ଭିଡ ଯୋଗୁଁ ଯେପରି ମନ୍ଦିର ପରିସରରେ କୌଣସି ଅସୁବିଧା ନ ହେଉ ସେଥିପାଇଁ ATS ଓ RAF ଯାବନଙ୍କୁ ଚେକିଂ ପାଇଁ ପଠାଯାଇଛି । ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସକାଳୁ ଲୋକେ ନିଜ ପାଳିକୁ ଅପେକ୍ଷା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଯୋଧ୍ୟାରେ ଭିଡ ନିୟନ୍ତ୍ରଣ କରିବାକୁ ଆଖପାଖ ଜିଲ୍ଲାରେ ବି ପୋଲିସ ଖୁବ ଆକ୍ଟିଭ୍ ହୋଇଯାଇଛି । ଅଯୋଧ୍ୟାରୁ 60 କିମି ଦୂରରୁ ପୋଲିସ ପ୍ରବଳ ଭିଡ ହେତୁ ଅଯୋଧ୍ୟା ନଯିବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି ।

ସେପଟେ ରାମଲାଲାଙ୍କ ଦର୍ଶନ ପାଇଁ ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭିଡ଼ । ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ମନ୍ଦିର ବାହାରେ ଜନ ସମୁଦ୍ର । କିଏ କେଉଁ ଦୂର ଦୂରାନ୍ତରୁ ଛୁଟି ଆସିଛନ୍ତି ରାମଲାଲାଙ୍କ ଦର୍ଶନ ପାଇଁ । ରାମଲାଲାଙ୍କ ଦର୍ଶନ କରି ମନ୍ତ୍ରମୁଗ୍ଧ ହେଉଛନ୍ତି ଶ୍ରଦ୍ଧାଳୁ । ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଛନ୍ତି ଯୁଗ-ପୁରୁଷୋତ୍ତମ । ଯାହାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।
କ'ଣ ଖାଇ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

Sponsored
ats-commandos-sent-inside-temple-amid-crowd-of-ram-devotees-in-ayodhya-fear-of-disturbance | Argus English