Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି

argusenglish

୧୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି

Ritu Das
Browse all articles by Ritu Das
·2 years ago·1 min read
୧୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି

ଅର୍ଗସ ବ୍ୟୁରୋ: ରାଜ୍ୟରେ ସକାଳୁ ସକାଳୁ ଘନ କୁହୁଡ଼ି ଆସ୍ତରଣ । ଆଜି ୧୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି । ତେବେ ଆହୁରି ୩ ଦିନ ଏଭଳି ଘନ କୁହୁଡ଼ି ରହିବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  

ଆଗାମୀ 4 ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ପାହାଡ଼ିଆ ଅଞ୍ଚଳରେ କିନ୍ତୁ ପ୍ରବଳ ଶୀତ ଅନୁଭୂତ ହେଉଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ, ଫୁଲବାଣୀରେ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yellow alert ha | Argus English