Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା 

argusenglish

ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା 

Smruti Parija
Browse all articles by Smruti Parija
·2 years ago·1 min read
ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା 

ଭୁବନେଶ୍ୱର:  ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା ହୋଇଛି । ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ଆଶଙ୍କା ରହିଛି । ତେବେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି କିଛି ମଡେଲ । 

ଯଦି ଏହା ବାତ୍ୟାର ରୂପ ନିଏ ତେବେ ଓଡ଼ିଶା ଉପରେ ବିପଦ ନାହିଁ । କିଛି ମଡେଲ ଅନୁସାରେ ବାତ୍ୟା ବାଂଲାଦେଶରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଥିବା ବେଳେ ଅନ୍ୟ କିଛି ମଡେଲ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରିଛନ୍ତି । 

ତେବେ ବାତ୍ୟା ନେଇ ଆଇଏମଡି ପକ୍ଷରୁ କୌଣସି ଆକଳନ କରାଯାଇ ନାହିଁ । କେବଳ ଅବପାତ ହେବା ନେଇ ସୂଚନା ଦିଆଯାଇଛି ।  ଲଘୁଚାପ ସୃଷ୍ଟି ପରେ ହିଁ ଏହାର ସ୍ପଷ୍ଟ ଚିତ୍ର ମିଳିପାରିବ । ଅକ୍ଟୋବର ଓ ନଭେମ୍ବର ମାସ ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ହୋଇଥିବାରୁ ସିଷ୍ଟମ ଉପରେ ସ୍ବତନ୍ତ୍ର ନଜର ରଖିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
WEATHER-UPDATE | Argus English