Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଙ୍କଟରେ କୁମ୍ଭକାର : ମଉଳି ଯାଇଛି କୂଳ ବେଉସାର ନିଶା

argusenglish

ସଙ୍କଟରେ କୁମ୍ଭକାର : ମଉଳି ଯାଇଛି କୂଳ ବେଉସାର ନିଶା

Jitendra Dash
Browse all articles by Jitendra Dash
·2 years ago·2 min read
ସଙ୍କଟରେ କୁମ୍ଭକାର : ମଉଳି ଯାଇଛି କୂଳ ବେଉସାର ନିଶା

ଅର୍ଗସ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଆବଶ୍ୟକତା । ମାଟିକୁ ଜୀବନ୍ତ ବଞ୍ଚୁଥିବା କୁମ୍ଭାକାରଙ୍କ ପାଇଁ ଅଭିଶାପ ପାଲଟିଛି ପ୍ଲାଷ୍ଟିକ ଯୁଗ । କେବଳ ହାଣ୍ଡି ମାଠିଆ ବିକିଲେ ପେଟ ପୁରୁନଥିବାରୁ କୌଳିକ ବୃତି ଛାଡ଼ି ରାଜ୍ୟ ବାହାରକୁ ଯାଉଛନ୍ତି କୁମ୍ଭକାର । ଆମେ କହୁଛୁ କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ଲିମା ପଞ୍ଚାୟତର କୁମାରଗୁଡା ଗ୍ରାମର ୬୦ରୁ ଉର୍ଦ୍ଧ କୁମ୍ଭାର ପରିବାରଙ୍କ କଥା । ଜିଲ୍ଲାର ଏହି ଗ୍ରାମଟି ବେଶ ଜଣାଶୁଣା । କାରଣ ଏହି ଗ୍ରାମର ଥିବା କୁମ୍ଭାର ମାନଙ୍କ ହାତରେ ଥିବା ଚମତ୍କାର ଆଉ କୋଉଠି ମିଳେ ନାହିଁ । 

ପ୍ରତିଦିନ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ପରିଶ୍ରମ କରି ମାଟିରେ ବିଭିନ୍ନ ପ୍ରକାରର ଦୀପ, ଫରୁଆ, ହାଣ୍ଡି, ମାଠିଆ, କୁଣ୍ଡି, ଚୁଲି ଓ ପୂଜାରେ ବ୍ୟବହୃତ ଜିନିଷ ପରି ମାଟିରେ ବିଭିନ୍ନ ଜିନିଷ ତିଆରି କରନ୍ତି । କିନ୍ତୁ ପରିଶ୍ରମର ପ୍ରକୃତ ମୂଲ୍ୟ ମିଳିପାରେ ନାହିଁ । ନିଜ କୌଳିକ ବୃତ୍ତି ହୋଇଥିବାରୁ ବାଧ୍ୟ ହୋଇ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କୁମ୍ଭାର ମାନଙ୍କୁ ମାଟିର ଜିଣିଷ ତିଆରି କରିବା ପାଇଁ ବହୁତ ଦିନ ଲାଗିଯାଏ କିନ୍ତୁ ବିକ୍ରି କଲାବେଳେ ତାହାର ପ୍ରକୃତ ମୂଲ୍ୟ ମିଳିପାରେ ନାହିଁ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ସୁବିଧା ମିଳିପାରିଲେ ସେମାନେ ଆଗକୁ ବଢିପାରନ୍ତେ ବୋଲି କହିଛନ୍ତି । କିଛି ବର୍ଷ ପୂର୍ବେ କିଛି ସରକାରି ବାବୁ ଆସିଥିଲେ ଆଉ ସେମାନଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଆଉ ସୁଯୋଗ ପ୍ରଦାନ କରାଯିବ କିନ୍ତୁ ସେ ସବୁ ପ୍ରତିଶୃତି କେବଳ ପାଣିର ଗାର ଥିଲା ବୋଲି କହିଛନ୍ତି କୁମ୍ଭାର ପରିବାର । ବହୁତ ବର୍ଷ ହେଲା ଏହି ଗ୍ରାମଟିରେ କୁମ୍ଭାରମାନେ ମାଟି କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ କୁମ୍ଭାର ମାନଙ୍କୁ ସରକାରଙ୍କ ତରଫରୁ କିଛି ସୁବିଧା ମିଳିପାରୁ ନାହିଁ । 

ସରକାରଙ୍କ ତରଫରୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପାଇଁ ଟ୍ରେନିଂ ମଧ୍ୟ ଦିଆଯାଉ ନାହିଁ । କେନ୍ଦ୍ର ସରକାର କାରିଗର ବୁଣାକାର ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ମାନ କରୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ କୁନ୍ଦ୍ରା ବ୍ଲକର କୁମାରଗୁଡା ଗ୍ରାମର କୁମ୍ଭାରମାନେ ଏବେ ପର୍ଯ୍ୟନ୍ତ ସମସ୍ତ ସରକାରି ସୁବିଧାରୁ ବଞ୍ଚିତ ରହିଛନ୍ତି । ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କୁମାରଗୁଡା ଗ୍ରାମର ୬୦ରୁ ଉର୍ଦ୍ଧ କୁମ୍ଭାର ପରିବାରଙ୍କ ପ୍ରତି ରାଜ୍ୟ ସରକାରଙ୍କ କେବେ ଦୃଷ୍ଟି ପଡୁଛି ।

Sponsored
Koraput Kumbhakar Family problem | Argus English