Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨ୟ ଟି୨୦ : ଭାରତ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

Sports

୨ୟ ଟି୨୦ : ଭାରତ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

Ritu Das
Browse all articles by Ritu Das
·2 years ago
୨ୟ ଟି୨୦ : ଭାରତ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ଅର୍ଗସ ବ୍ୟୁରୋ: ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ ବି ପରେ ୨୦ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । କିନ୍ତୁ ଗୁଲବଦିନ ନଇବ ଵଢୁଆ ବ୍ୟାଟିଂ କରି ସର୍ବାଧିକ ୫୭ ରନ କରିଥିଲେ । 

ମିଡଲ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନଜିବୁଲ୍ଲା ଜଦରାନ ୨୩ ରନ କରିଥିବାବେଳେ କରିମ ଜନତ୍ ୨୦ ରନ କରିଥିଲେ । ସେହିପରି ମୁଜିବୁର ରେହମାନ ୨୧ ରନ କରିଥିଲେ । ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିପାରିଥିଲା। ମ୍ୟାଚର ଶେଷ ବଲରେ ଫଜଲାହକ୍ ଫାରୁକି ରନ ଆଉଟ୍ ହୋଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored