Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଗାମୀ ନିର୍ବାଚନ ପାଇଁ ବିଜେଡି ତିଆରି କରୁଛି କି ଗୁଣ୍ଡା ବାହିନୀ ?

Odisha

ଆଗାମୀ ନିର୍ବାଚନ ପାଇଁ ବିଜେଡି ତିଆରି କରୁଛି କି ଗୁଣ୍ଡା ବାହିନୀ ?

Smruti Parija
Browse all articles by Smruti Parija
·2 years ago·1 min read
ଆଗାମୀ ନିର୍ବାଚନ ପାଇଁ ବିଜେଡି ତିଆରି କରୁଛି କି ଗୁଣ୍ଡା ବାହିନୀ ?

ଖୋର୍ଦ୍ଧା:  ଯୁବଛାତ୍ର ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଟାଉନ୍ ହଲ ପର୍ଯ୍ୟନ୍ତ ହୋଇଥିଲା । ମୁଁ ନବୀନ ଓଡିଶାର ସାରଥୀ ନାମରେ ଏକ କାର୍ଯ୍ୟକ୍ରମ ଟାଉନ୍ ହଲରେ ହେବା ପାଇଁ ଏହି ଶୋଭାଯାତ୍ରା ବାହାରିଥିଲା । କିନ୍ତୁ ଶୋଭାଯାତ୍ରାରେ ଜିଲ୍ଲା ବିଜୁ ଛାତ୍ର ସଭାପତି ବିଶ୍ଵଦୀପ ପ୍ରଧାନ ଓ ଜଣେ କର୍ମୀ ଖଣ୍ଡା ବୁଲାଇବାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ଅତିକ୍ରମ କରିବା ପରେ ଖଣ୍ଡା ବୁଲାଉଥିବା ଯୁବକଙ୍କ ହାତରୁ ଖଣ୍ଡାଟି ଖସି ପଡିଥିବା ଚର୍ଚ୍ଚା ହେଉଛି । ଖଣ୍ଡା ନିକଟରେ କେତେକ ଯୁବକ ଥିଲେ । ଅଳ୍ପକେ ସେମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଛାତ୍ର ସଭାପତି କଣ ଶିକ୍ଷା ଦେବାକୁ ଚାହୁଁଛନ୍ତି ଛାତ୍ର ସମାଜକୁ । ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଶୋଭାଯାତ୍ରାର ଖଣ୍ଡା ବୁଲାଇବର କଣ ଆବଶ୍ୟକ ରହିଥିଲା । ନା ବିଜେଡି ଦଳ ଆଗାମୀ ନିର୍ବାଚନ ପାଇଁ ଗୁଣ୍ଡା ବାହିନୀ ତିଆରି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There has been a lot of discussion on social media about the exchange of swords between the student president Vishwadeep Pradhan and an employee-during-bjd-yuva-student-rally | Argus English