Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଣି ପାଇଁ ହୋଇଥିବା ଯୋଜନା ଏବେ ପାଣିର ଗାର

Odisha

ପାଣି ପାଇଁ ହୋଇଥିବା ଯୋଜନା ଏବେ ପାଣିର ଗାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ପାଇଁ ହୋଇଥିବା ଯୋଜନା ଏବେ ପାଣିର ଗାର

ଅର୍ଗସ ବ୍ୟୁରୋ: ପାଣି ପାଇଁ ହୋଇଥିବା ଯୋଜନା ଏବେ ପାଣିର ଗାର।  ସାଧାରଣ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କର ବସୁଧା ଯୋଜନା । ତେବେ ପାଣି ପାଇଁ ହୋଇଥିବା ଏହି ଯୋଜନା ଏବେ ପାଣିର ଗାର ପାଲଟିଛି। ବର୍ଷ ବର୍ଷ ଧରି ଲୋକଙ୍କୁ ମିଳୁନି ପାଣି । ଏ ହେଉଛି ପଟ୍ଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଫାଟୁ ଗାଁର ଦୃଶ୍ୟ। ଗାଁରେ 300ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି କିନ୍ତୁ ସ୍ବାଧୀନତାର 76 ବର୍ଷ ପରେ ମଧ୍ୟ ବୁନ୍ଦାଏ ଜଳ ନିମନ୍ତେ ସଙ୍ଘର୍ଷ କରିଆସୁଛନ୍ତି ଏହି ଅଞ୍ଚଳବାସୀ। ଗାଁରେ ଚାରିଟି ନଳକୁପ ଅଛି। ମାତ୍ର ସେଥିରୁ ତିନିଟି ଅଚଳ। ଫଳରେ ଗୋଟିଏ ନଳକୂପ ସହିତ ଗାଁ ମୁଣ୍ଡରେ ଥିବା ନଦୀ ଜଳ ଉପରେ ନିର୍ଭର କରୁଛନ୍ତି ବଡ଼ଫାଟୁବାସୀ।

ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ବର୍ଷ ଧରି ଜଳ ପାଇଁ କଷ୍ଟ ଭୋଗୁଛନ୍ତି ଏହି ଗ୍ରାମବାସୀ।  ସମସ୍ୟାକୁ ନେଇ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କରିଛନ୍ତି ମାତ୍ର ମିଳିଛି ଖାଲି ପ୍ରତିଶୃତି। ଆଗାମୀ ଦିନରେ ଯଦି ସରକାର  ଦୁଃଖ ନଶୁଣନ୍ତି ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the water yojana failed in koraput | Argus English