ପାରିବାରିକ କଳହର କରୁଣ ପରିଣତି
·2 years ago

ଅର୍ଗସ ବ୍ୟୁରୋ : ଝିଅ ବି କରିପାରେ ଏମିତି । ନିଜର ଜନ୍ମକଲା ବାପା ମୁହଁକୁ ଗରମ ପାଣି ଢାଳିଦେଲା ଝିଅ । ଘଟଣା ଘଟିଛି ଭରତପୁର ଥାନା ଭରତପୁର ବସ୍ତିରେ । ଘଟଣାରେ ବାପା ରମେଶ ସାସମଲ ଗୁରୁତର ଆହତ ହୋଉଛନ୍ତି । ରମେଶଙ୍କ ବାମପଟ ଆଖି ସମ୍ପୂର୍ଣ ଭାବେ ନଷ୍ଟ ହୋଇଛି । ପୋଲିସ ଝିଅ ଭାଗ୍ୟଲଷ୍ମୀକୁ ଡାକି ପଚାରଉଚରା କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତକାଲି କୌଣସି କଥାକୁ ନେଇ ରମେଶ ଓ ତାଙ୍କ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝିଅ ଭାଗ୍ୟଲକ୍ଷ୍ମୀ ଉତ୍ତ୍ୟକ୍ତ ହୋଇ ଗରମ ପାଣି ଆଣି ବାପା ଉପରକୁ ଛାଟି ଦେଇଥିଲା । ଗରମ ପାଣି ରମେଶଙ୍କ ମୁହଁରେ ପଡ଼ିଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: