ସବୁଜ ଦୀପାବଳୀ ପାଳିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଦୀପାବଳୀ । ତେବେ ଏହା ପୂର୍ବରୁ ଘାରିଛି ପ୍ରଦୂଷଣ ଚିନ୍ତା । ସମସ୍ତ କଲେକ୍ଟର, ଏସପିଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ନିର୍ଦେଶନାମା ଜାରି ହୋଇଛି । ସବୁଜ ଦୀପାବଳି ସହ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଦୀପାବଳି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର ସହ ମୋଟ 7 ସହରର ପ୍ରଦୂଷଣ ଉପରେ ନଜର ରହିଛି । ଏହାସହ ସବୁ ସହରରେ ଦୀପାବଳି ପୂର୍ବରୁ , ଦୀପାବଳି ବେଳେ ଓ ଦୀପାବଳି ପରେ ପ୍ରଦୂଷଣ ମାତ୍ର କଣ ରହୁଛି ତାହାର ରିପୋର୍ଟ ନିଆଯିବ । ସେପଟେ ଏବେ ଠୁ ଦିଲ୍ଲୀ ସ୍ଥିତି ଭଲ ନାହିଁ ।
ଚୋରାରେ ବାଣ ତିଆରି ଓ ବିକ୍ରୟ ଉପରେ ଚଢ଼ାଉ, ପୋଲିସର ତଦନ୍ତ ଜାରି
ଗାଡ଼କଣ ଡମ୍ପିଙ୍ଗୟାର୍ଡ ନେଇ NHRCଙ୍କ ନିର୍ଦେଶ ନାମା ପାଇନୁ । ପାଇବା ପରେ ଆମେ ଆକ୍ସନ ନେବୁ । ଆମ ଟିମ ମଧ୍ୟ ଘଟଣାସ୍ଥଳକୁ ଯିବେ । ରାଜ୍ୟର ଭୁଆସୁଣିରେ ସମସ୍ତ ଅଳିଆ ପକାଇବା ବ୍ୟବସ୍ଥା ଥିଲା । ଏବେ ତାହାକୁ ବାୟୋ ରିମେନିଙ୍ଗ୍ କରାଯାଇଛି । କାହିଁକି ଅଳିଆ ଉଠାଇବାରେ ବିଳମ୍ବ ହେଉଛି ତାହା ମଧ୍ୟ ଆମେ ଦେଖିବୁ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ ମୁରୁଗେଶନ୍ ।
📱 Get Argus News App
✨ସେହିପରି ଲକ୍ଷ୍ନୌର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟକସିକ୍ ଆଣ୍ଡ ରିସର୍ଚ୍ଚ ସହ ଏମଓୟୁ ସ୍ଵାକ୍ଷର କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯେଉଁଠି ପ୍ରଦୂଷଣ ଜନିତ ରୋଗ ପାଇଁ ଲୋକଙ୍କ ଅଭିଯୋଗ ଆସିବ ସାମ୍ପୂଲ୍ ନେଇ ଯାଞ୍ଜ କରାଯିବା ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହାସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଲାବ୍ରୋଟୋରୀ କର୍ମଚାରୀଙ୍କୁ ସେମାନେ ଟ୍ରେନିଂ କରିବେ । ଇଣ୍ଡଷ୍ଟ୍ରିରୁ ବାହାରୁ ଥିବା ଦୂଷିତ ଜଳ ଓ ବାୟୁ ପାଇଁ ରୋଗ ହେଉଛି କି ତାହା ସେମାନେ ଯାଞ୍ଜ କରିବେ ।