ଦାରିଙ୍ଗବାଡ଼ିରେ କଫି କାଫେ ଉଦଘାଟନ
·2 years ago

ଅର୍ଗସ ବ୍ୟୁରୋ: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଦିନ କୁ ଦିନ ନୂଆ ନୂଆ ଅଧ୍ୟାୟ ଯୋଡ଼ି ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହୋଇଛି କଫି କାଫେ।
କଫି ବଗିଚା ମଧ୍ୟରେ ନିର୍ମାଣ ହୋଇଥିବା କଫି କାଫେକୁ ବିଧାୟକ ସାଲୁଗା ପ୍ରଧାନ ଉଦଘାଟନ କରିଥିବା ବେଳେ ପର୍ଯ୍ୟଟନ ବିଭାଗର ଅଧକ୍ଷ ଲେଲୀନ ମହାନ୍ତି , କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ,କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଉପସ୍ଥିତ ରହି ଥିଲେ l କଫି କାଫେରେ ପର୍ଯ୍ୟଟକ ମାନେ କଫିର ମଜା ନେବା ସହ ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନରେ ବିଭିନ୍ନ ଖେଳ କୁଦର ବ୍ୟବସ୍ଥା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: