|
logo
Live

Argus News - 'ନବୋଦୟ ବିଦ୍ୟାଳୟ ବଣମଲ୍ଲୀଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ପ୍ରୟୋଗଶାଳା ହୋଇଛି'

Odisha

'ନବୋଦୟ ବିଦ୍ୟାଳୟ ବଣମଲ୍ଲୀଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ପ୍ରୟୋଗଶାଳା ହୋଇଛି'

Smruti Parija
Browse all articles by Smruti Parija
·2 years ago·3 min read
'ନବୋଦୟ ବିଦ୍ୟାଳୟ ବଣମଲ୍ଲୀଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ  କରିବାର ପ୍ରୟୋଗଶାଳା ହୋଇଛି'

Key Points

•    ସ୍କୁଲରେ ୬ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବ ବହୁମୁଖୀ ସଭାଗୃହ ଓ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପଲେକ୍ସ 
•    ଆଜିର ଶିଳାନ୍ୟାସ ହୋଇଥିବା ସୁବିଧା ଗୁଡିକ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ବିକାଶ କରିବାରେ ଉପଯୋଗୀ ହେବ
•    ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କଲେ କେନ୍ଦ୍ରମନ୍ତ୍ରୀ 
•    ଅନୁଗୋଳରେ ୧୬୯ଟି ସ୍କୁଲରେ ପ୍ରାୟ ୯୦୦ଟି ଫୁଟବଲ ବିତରଣ କରାଯିବ 
•    ଛାତ୍ରଛାତ୍ରୀଙ୍କୁ ଜୀବନର ମୂଲ୍ୟ ବୁଝାଇବାରେ ନବୋଦୟ ବିଦ୍ୟାଳୟ ଏକ ଆଦର୍ଶ
•    ଖେଳ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ପାଇଁ ବହୁତ ଲାଭଦାୟକ ଅଟେ 
•    ଖେଳ ସହ ପାଠପଢାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ  
•    ଚମ୍ପତ୍ତିମୁଣ୍ଡାର ସମୃଦ୍ଧମୟ ଇତିହାସ ଅଛି, ଏଠାରେ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ମୌଳିକ ଶିକ୍ଷାର ବ୍ୟବହାରିକ ରୂପ ଦେଇଥିଲେ 
•    ଆଗାମୀ ଦିନରେ ନବ ଭାରତ, ନବ ଓଡ଼ିଶା ଏବଂ ନୂଆ ଅନୁଗୋଳ ତିଆରି କରିବାରେ ନବୋଦୟ ବିଦ୍ୟାଳୟ ଗୁରୁ ଦାୟିତ୍ୱ ନେବ ବୋଲି ବିଶ୍ୱା

ଅନୁଗୋଳ: ଗୋଟିଏ ପିଲାର ପାଣ୍ଡିତ୍ୟ, ଦକ୍ଷତା ଓ ଗୁଣ କେଉଁ ବୟସରେ ବଢିବ, ତାହା କହିହେବ ନାହିଁ ବରଂ ନବଦୋୟ ବିଦ୍ୟାଳୟ ଦେଶର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଜୀବନ ମୂଲ୍ୟ ଦେଉଅଛି, ତାହା ଆଦର୍ଶ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ରବିବାର ଅନୁଗୋଳ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଫୁଟବଲ ଫର୍ ସ୍କୁଲ ଅଧୀନରେ ଫୁଟବଲ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

ଏହି ଅବସରରେ ଆୟୋଜିତ ସ୍କୁଲର ପୁରାତନ ଛାତ୍ର ସଂସଦର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଜିଲ୍ଲାର ଗରିବ ଓ ମଧ୍ୟବିତ୍ତ ବର୍ଗର ଛାତ୍ରଛାତ୍ରୀ ମାନେ ପାଠ ପଢୁଛି । ଏହି ସ୍କୁଲ ବଣମଲ୍ଲୀଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ଏକ ପ୍ରୟୋଗଶାଳା ହୋଇଛି । ଆଜି ୬ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦରେ ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ବହୁମୁଖୀ ସଭାଗୃହ ଏବଂ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପଲେକ୍ସ ଛାତ୍ରଛାତ୍ରୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ବିକାଶ କରିବାରେ ବେଶ୍ ଉପଯୋଗୀ ହେବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ବିଶେଷ ସୁବିଧା ପ୍ରଦାନ କରିବ । ଛାତ୍ରଛାତ୍ରୀମାନେ ଦେଶ ଦୁନିଆର ନୂଆ ନୂଆ କଥା ଜାଣିବେ । ଏହା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବଢିବ । ପିଲା ମାନଙ୍କୁ ଶାରିରୀକ ଭାବେ ସୁସ୍ଥ ରଖିବା ସହ ସେମାନଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ଜାଗ୍ରତ କରିବ । 

ଅନୁଗୋଳ ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ୍ ଫର୍ ସ୍କୁଲ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ବିଦ୍ୟାଳୟରେ ଖେଳ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ପାଇଁ ବହୁତ ଲାଭଦାୟକ ଅଟେ । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରଖିବା ସହ ଖେଳ ପ୍ରତି ଉତ୍ସାହ ଆଣିବା ଲକ୍ଷ୍ୟରେ ଫୁଟବଲ ଫର୍ ସ୍କୁଲ୍ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରି ଆନନ୍ଦିତ । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) ସହଯୋଗରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷ ୪ ହଜାର ୨୭୯ ଫୁଟବଲ ବିତରଣ କରାଯାଉଛି । ଯେଉଁଥିରେ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ଫୁଟବଲ ଦେଉଛି । ଅନୁଗୋଳରେ ମୋଟ ୧୬୯ଟି ସ୍କୁଲରେ ପ୍ରାୟ ୯୦୦ଟି ଫୁଟବଲ ବିତରଣ କରାଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପିଏମ ଶ୍ରୀ ସ୍କୁଲ ନବଦୋୟ ବିଦ୍ୟାଳୟ, ଅନୁଗୋଳ ଶିକ୍ଷା, ଦକ୍ଷତା, ଖେଳ କ୍ଷେତ୍ରରେ ମଣିଷ ତିଆରି କରିବାର କାରଖାନା ଅଟେ । ଗାଁ ଗାଁରୁ ଛାତ୍ରଛାତ୍ରୀମାନେ ନବୋଦୟ ସ୍କୁଲରୁ ଯାଇ ଉଚ୍ଚ ଶିକ୍ଷା ହାସଲ କରି ଜୀବନରେ ସଫଳତା ହାସଲ କରୁଛନ୍ତି । ଆଗାମୀ ଦିନରେ ନବ ଭାରତ, ନବ ଓଡ଼ିଶା ଏବଂ ନୂଆ ଅନୁଗୋଳ ତିଆରି କରିବାରେ ଗୁରୁ ଦାୟିତ୍ୱ ନେବ, ଏହା ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । 

ସେ କହିଛନ୍ତି ଯେ ଚମ୍ପତ୍ତିମୁଣ୍ଡାର ସମୃଦ୍ଧମୟ ଇତିହାସ ଅଛି । ଏଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ମୌଳିକ ଶିକ୍ଷାର ବ୍ୟବହାରିକ ରୂପ ଦେଇଥିଲେ । ଚମ୍ପତ୍ତିମୁଣ୍ଡାରେ ଥିବା ନବକୃଷ୍ଣ ଚୌଧୁରୀ ସରକାରୀ ବିଦ୍ୟାଳୟର ଦାୟିତ୍ୱ ଆମେ ସମସ୍ତେ ନେବା ଉଚିତ୍ ।

ଉଲ୍ଲେଖନୀୟ ଯେ, ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ଅନୁଗୋଳରେ ଶିଳାନ୍ୟାସ ହୋଇଥିବା ବହୁମୁଖୀ ସଭାଗୃହ ପାଇଁ ୫.୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାବ୍ୟତିତ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଇଣ୍ଟିଗ୍ରଟେଡ ସ୍ପୋର୍ଟ୍ସ କମ୍ପଲେକ୍ସରେ ବାସ୍କେଟ୍ ବଲ୍, ଟେନିସ, ବ୍ୟାଡମିଣ୍ଟନ, ଭଲିବଲ୍ ଖେଳିବା ଭଳି ଅତ୍ୟାଧୁନିକ ସୁବିଧା ପ୍ରଦାନ କରାଯିବ । ଶାରିରୀକ ବ୍ୟାୟାମ ପାଇଁ ଏଠାରେ ଏକ ଜିମ ନିର୍ମାଣ କରାଯିବ ।
 

Sponsored