ପ୍ରେମିକର ପ୍ରତିଶୋଧ ନିଆଁରେ ଜଳିଲା ପ୍ରେମିକାର ଘର

ଅର୍ଗସ ବ୍ୟୁରୋ : ପ୍ରେମ-ପ୍ରତରଣା-ପ୍ରତିଶୋଧ । ଭଲ ପାଇବା ଅଛି ତ ଧୋକ୍କା ବି ଅଛି । କେତେବେଳେ ଏହି ପ୍ରେମ କାହାକୁ ଅମ୍ବୃତ ପିଆଏ ତ କେତେବେଳେ ବିଷ ପିବାକୁ ପଡ଼ିଥାଏ । ଏହା ଯୁଗ ଯୁଗକୁ ରହି ଆସିଛି । ଏଭଳି ଏକ ପ୍ରେମର କରୁଣ କାହାଣୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ । ଏହି ପ୍ରେମ ପାଇଁ ଛାରଖାର ପ୍ରେମିକାର ଘର । ପ୍ରେମ ପ୍ରତିଶୋଧ କେତେ ଭୟଙ୍କର ହୋଇପାରେ ତାହା ନ ଦେଖିଲେ ବିଶ୍ବାସ କରି ହେବ ନାହିଁ । ପ୍ରେମିକର ପ୍ରତିଶୋଧ ନିଆଁରେ ଜଳି ଗଲା ପ୍ରେମିକାର ପୁରା ଘର ।
ଦଇପୁର ଯେନାସାହିର ଅର୍ଜୁନ ଯେନାଙ୍କ ପୁଅ ଆଲୋକ ଯେନା । ସ୍କୁଲ ପଢୁଆ ସମୟରେ ଜଣେ ନାବାଳିକା ଝିଅକୁ ଏକ ତାରଫା ଭଲ ପାଇ ଆସୁଥିଲେ । ଏହା ଜାଣି ଝିଅର ପରିବାର ଲୋକେ ଝିଅକୁ ଅନ୍ୟତ୍ର ବନ୍ଧୁ ବାନ୍ଧବଙ୍କ ଘରେ ଲୁଚାଇ ରଖିଥିଲେ । ଏହାକୁ ସହ୍ୟ ନକରିପରି ପ୍ରେମିକ ଆଲୋକ ବିଷ ଖାଇ ଦେଇଥିଲେ । ଆଉ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ଆଲୋକର ମର ଶରୀର ଗ୍ରାମ ମଶାଣିରେ ସତ୍କାର ପରେ ପ୍ରତିଶୋଧ ପରାୟଣ ହୋଇ ଯାଥିଲେ ପୁରା ପରିବାର । ଆଉ ପ୍ରମିକାର ଘରକୁ ଜାଳି ଦେଇଥିଲେ । ଯାହାକୁ ନେଇ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ଝିଅର ମା' ।
📱 Get Argus News App
✨ନାବାଳିକା ଝିଅର ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଝିଅର ଘରେ କେହି ନଥିବାର ସୁଯୋଗ ନେଇ ଘର ଭାଙ୍ଗି ନଷ୍ଟ କରିବା ପରେ ନିଆଁ ଲଗାଇ ଜଳିଦେଇଥଲେ । ଯେଉଁ ଘଟଣା ପରେ ପ୍ରେମିକାର ଘର ଲୋକେ ପାଖ ଏକ ଗାଁରେ ଆଶ୍ରୟ ନେଇଛନ୍ତି । ବହୁ ଦୁଃଖରେ ଥିବା ଦେଖିବାକୁ ମିଳିଛି । ସେପଟେ ଏନେଇ ଆଲୋକଙ୍କ ପରିବାର ଲୋକେ କହନ୍ତି ତାଙ୍କ ଘର ପୋଡ଼ି ବା ବିଷୟରେ ଆମେ କିଛି ଜାଣିନାହିଁ । ସେପଟେ ଧାମନଗର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଯେଉଁ ଘଟଣା ଆଖପାଖ ତଥା ଧାମନଗର ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି ।