ପିପିଲିରେ ସୁଶାସନ ଦିବସ ପାଳନ ଓ ମିଶ୍ରଣ ପର୍ବ

ପୁରୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସାରା ଦେଶ ସୁଶାସନ ଦିବସ ଭାବେ ପାଳନ କରୁଥିବା ବେଳେ ପିପିଲି NAC ବିଜେପି କାର୍ଯ୍ୟାଳୟ ଠାରେ ମଧ୍ୟ ସୁଶାସନ ଦିବସ ପାଳନ ହୋଇଛି ।
ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗ ଦେଇ ବାଜପେୟୀଙ୍କ ସୁଶାସନ ଉପରେ ବକ୍ତବ୍ୟ ଦେଇଥିଲେ । NAC ମଣ୍ଡଳ ସଭାପତି ସୁକାନ୍ତ ଭଟ୍ଟ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବାଜପେୟୀଙ୍କ ସଫଳ ନେତୃତ୍ୱ ଉପରେ ବକ୍ତବ୍ୟ ରଖିଥିଲେ ।
ଆଜିର ଏହି ସୁଶାସନ ଦିବସ ଅବସରରେ ପିପିଲି NAC ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ ସାହୁଙ୍କ ନେତୃତ୍ୱରେ ଦୁଇ ଜଣ ପୂର୍ବତ୍ତନ କାଉନସିଲର ଜିତେନ୍ଦ୍ର ମହାପାତ୍ର, ଅଭିମନ୍ୟୁ ସେଠୀଙ୍କ ସମେତ 10 ଜଣ ବିଜେଡି କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ଓ ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ମହାପାତ୍ର ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳ କୁ ସ୍ୱାଗତ କରିଥିଲେ । ତେବେ ଦଳରେ ପ୍ରଫୁଲ ସାହୁ ଓ ଜିତେନ୍ଦ୍ର ମହାପାତ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...