ମା'ଙ୍କ ଅଲୌକିକ ଶକ୍ତି ବଳରେ ସୁସ୍ଥ ହେଲେ ମହିଳା

ଅର୍ଗସ ବ୍ୟୁରୋ : ଦୁଃଖ ନାସିନୀ ବିପଦ ଭଞ୍ଜନୀ ମା' ଦୁର୍ଗା । ମା'ଙ୍କ ଅଲୋକିକ ଶକ୍ତି ବଳରେ ଜଣେ ପରାଲିସସରେ ପୀଡିତ ମହିଳା ସୁସ୍ଥ ହୋଇଛନ୍ତି । ବିଶ୍ୱାସ ହେଉ ନଥିଲେବି ଏହା ସାତ ପ୍ରମାଣିତ କରିଛି, ଖୋଦ ସୁସ୍ଥ ହୋଇଥିବା ମହିଳାଙ୍କ ପ୍ରତିକ୍ରିୟା । ବିଜୟା ଦଶମୀ ଦିନ ମା'ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ସେହି ବାଟରେ ଯାଉଥିବା ମହିଳା ଜଣଙ୍କ ମା'ଙ୍କ ସରଣରେ ପଶିଥିଲେ । ପରେ ସେ ସୁସ୍ଥ ହୋଇ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହିତ ମା'ଙ୍କ ଗୁଣଗାନ କରୁଛନ୍ତି ।
ଏପରି ଘଟଣା ଘଟିଛି ସୋର ପୌରାଞ୍ଚଳ ମୁବାରକପୁର ଦୁର୍ଗାପୂଜା କମିଟିରେ । ମା' ଦୁର୍ଗାଙ୍କ ଆଗମନରେ ସାରା ସହର ଉତ୍ସବ ମୁଖର ହୋଇଥିଲା । ସବୁଠି ପୂଜାର୍ଚ୍ଚନାରେ ପ୍ରକମ୍ପିତ ହୋଇଥିଲା ପୁରା ସହର । ଏହାରି ଭିତରେ ଗତ ରବିବାର ଦିନ ନଦୀଗାଁ ପଞ୍ଚାୟତର କୁଡେଇ ଗ୍ରାମର ସଂଜୀବ ବାରିକଙ୍କ ସ୍ତ୍ରୀ କବିତା ବାରିକ ଘର ପାଖ ଟିବେଲରୁ ହାତ ଧୋଇ ଫେରୁଥିବା ବେଳେ ହଠାତ ପଡିଯାଇ ଗୁରୁତର ଆହତ ହୋଇଥିଲେ ।
📱 Get Argus News App
✨ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ପରିବାର ଲୋକେ ତାଙ୍କୁ କଟକ ନ ନେଇ ସୋରରେ ଥିବା ଜଣେ ଡାକ୍ତରଙ୍କ ପାଖକୁ ନେଇଥିଲେ । ସେଠାରେ ସେ ମଧ୍ୟ ଅନ୍ୟତ୍ର ଦେଖିବାକୁ କହିବାରୁ ସେଠାରୁ ଫେରିବା ସମୟରେ ମୁବାରକପୁର ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜିତ ହୋଇଥିବା ଦୁର୍ଗା ମଣ୍ଡପ ନିକଟରେ ପଞ୍ଚିବା ପରେ ହଠାତ ସେ ସୁସ୍ଥତା ଅନୁଭବ କରିଥିଲେ । ଏହାପରେ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ଏ ବାବଦରେ ସମସ୍ତଙ୍କୁ ଜଣାଇଥିଲେ । ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ଏହା ସହିତ ଏହି ଅଲୋକିକ ଘଟଣାରେ ସମଗ୍ର ଅଞ୍ଚଳରେ ବିଶ୍ୱାସପୂର୍ଣ୍ଣରେ ଭରପୁର ହୋଇଉଠିଛି ।
ଓଡିଶା ଖବର ଆହୁରି ପଢନ୍ତୁ