Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - EOW ପରେ EDର ତନାଘନା

Odisha

EOW ପରେ EDର ତନାଘନା

Smruti Parija
Browse all articles by Smruti Parija
·2 years ago·1 min read
EOW ପରେ EDର ତନାଘନା

ଭୁବନେଶ୍ୱର: ଗରିବଙ୍କୁ ମୋହରା କରାଯାଇ ସଂଗଠିତ ହେଉଛି କି ନୋଟ୍ ବଦଳ ସ୍କାମ୍ ?  EOW ପରେ ଏବେ ED ପକ୍ଷରୁ ଚାଲିଛି ତନାଘନା । ଭୁବନେଶ୍ଵର RBI କାର୍ଯ୍ୟାଳୟ ଆଗରେ ED ଟିମର ତନାଘନା ଚାଲିଛି । ସେପଟେ ଅର୍ଗସ୍ କ୍ୟାମେରା ଆଗରେ ସତ ବଖାଣିଛନ୍ତି ନୋଟ୍ ବଦଳକାରୀ । 

EOW ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି EOW ଟିମ୍

ମଜୁରୀ ନେଇ ଟଙ୍କା ବଦଳାଇବାକୁ ଆସୁଥିବା ସ୍ବୀକାର କରିଛନ୍ତି । କେହି ଜଣେ ରାତିରେ ସେମାନଙ୍କ ଘର ସାମ୍ନାରେ ଯାଇ ଦୁଇ ହଜାର ଟଙ୍କିଆ ଧରାଇ ଦେଇ ଆସୁଛି । ଆଉ ସକାଳେ ନୋଟ୍ ବଦଳାଇବାକୁ ଆସୁଛନ୍ତି ଏହି ଲୋକମାନେ । ନୋଟ୍ ବଦଳାଇ ସାରିବା ପରେ ସେମାନଙ୍କୁ ମଜୁରୀ ଦେଉଛନ୍ତି ଦଲାଲ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକଥା ଅର୍ଗସ କ୍ୟାମେରା ଆଗରେ ସ୍ପଷ୍ଟ ଭାବେ ବଖାଣିଛନ୍ତି ନୋଟ୍ ବଦଳକାରୀ । ଅନ୍ୟ ପକ୍ଷରେ ରାଜଧାନୀରେ ଟଙ୍କା ବଦଳ ସ୍କାମର ଅଭିଯୋଗ ପରେ ଧରପଗଡ଼ ଆରମ୍ଭ କରିଛି EOW । ଗତକାଲି ଭୁବନେଶ୍ୱର RBI କାର୍ଯ୍ୟାଳୟ ଆଗରେ ୨ ହଜାର ନୋଟ୍ ବଦଳ ପାଇଁ ହଠାତ ଲୋକଙ୍କ ଲମ୍ବା ଲାଇନ୍ ପରେ ଏତେ ସବୁ ପ୍ରଶ୍ନ ସାମ୍ନାକୁ ଆସିଛି । ଯାହାର ତଦନ୍ତ ଆରମ୍ଭ କରିବାକୁ ପହଞ୍ଚିଛି EOW ଟିମ୍ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ed-starts-investigation-after-eow-infront-of-rbi-office | Argus English