Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫର୍ଜି ନଥିପତ୍ର, ଏବଂ ମିଥ୍ୟା ବୈଠକ ଦର୍ଶାଇ ବଡଚଞ୍ଚକତା

Odisha

ଫର୍ଜି ନଥିପତ୍ର, ଏବଂ ମିଥ୍ୟା ବୈଠକ ଦର୍ଶାଇ ବଡଚଞ୍ଚକତା

Smruti Parija
Browse all articles by Smruti Parija
·2 years ago·2 min read
ଫର୍ଜି ନଥିପତ୍ର, ଏବଂ ମିଥ୍ୟା ବୈଠକ ଦର୍ଶାଇ ବଡଚଞ୍ଚକତା

ରାୟଗଡା: 2021 ରୁ 2022  ଦୁଇବର୍ଷ ମଧ୍ୟରେ ରଚାଯାଇଥିଲା ଦୁର୍ନିତିର ଏହି କଳା କାହାଣୀ। ଚାରା ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ନାଁରେ ଖାଇଗଲେ କୋଟିକୋଟି ଟଙ୍କା । ବିଶେଷକରି ଏହି ମହାଦୁର୍ନିତି ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅଧିନରେ ଥିବା ଅମ୍ବାଦଳା,ବିଷମକଟକ,ଡାଙ୍ଗସରଡା ଅଞ୍ଚଳରେ ହୋଇଛି । ଏଠାରେ ଥିବା ଲଣ୍ଡା ପାହାଡ ଗୁଡିକରେ ଚାରା ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କ ତରଫରୁ ବନ ବିଭାଗକୁ ଆଶିଥିଲା କୋଟିକୋଟି ଟଙ୍କା  ।

ହେଲେ ଏହି ଟଙ୍କାକୁ ଫର୍ଜି ନଥିପତ୍ର, ଏବଂ ମିଥ୍ୟା ବୈଠକ ହୋଇଥିବା ଦର୍ଶାଇ ବନ ବିଭାଗର ବଡପଣ୍ଡା ମାନେ ଆତ୍ମସାତ କରି ନେଇଛନ୍ତି । କେବଳ ସେତିକି ନୁହେଁ  5 ଏକର ପରିବର୍ତ୍ତେ 125 ଏକର ପାହାଡିଆ ଯାଗାରେ ହଜାର ହଜାର ପ୍ରଜାତିର ଗଛ ଲଗାଯାଇଥିବା ଦର୍ଶାଇ କୋଟିକୋଟି ଟଙ୍କା ଆତ୍ମସାତ ହୋଇଛି । ଯାହାକି ସୂଚନା ଅଧିକାର ମାଧ୍ୟମରେ ଏହି ମହାଦୁର୍ନିତୀ ସାମ୍ନାକୁ ଆସିଛି ।

ପ୍ରଥମେ ଚାରା ରୋପଣ କରିବା ନାଁରେ 28 ଟି ବନ ସୁରକ୍ଷା ସମିତି ଗୋଠନକରି ହିତାଧିକାରୀଙ୍କ ନକଲି ଦସ୍ତଖତ, ଫର୍ଜି ନଥିପତ୍ର, ଏବଂ ମିଥ୍ୟା ବୈଠକ କରାଯାଇଥିବା ଦର୍ଶାଇ ଆମ ଜଙ୍ଗଲ ଯୋଜନା, କେମ୍ପା ଯୋଜନା ଓ ମନରେଗା ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତିରେ ବନ ବିଭାଗର ବଡବଡ ଅଧିକାରୀ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିବା ନେଇ ରାୟଗଡା ଟିଡିପି ସଂଘଠନର ସଦସ୍ୟମାନେ ଏହାର ଖୁଲାସ କରିଛନ୍ତି ।

ଅନ୍ୟପଟେ ଏହି ଦୁର୍ନିତି ବର୍ଷକ ମଧ୍ୟରେ ତିନିକୋଟି ଟଙ୍କା ଟପିଥିବା ବେଳେ 28 ଟି ବନସୁରକ୍ଷା ସମିତି ମଧ୍ୟରୁ ଏପର୍ଯ୍ୟନ୍ତ ଭିଜିଲାନ୍ସ ଚାରଟି ବନସୁରକ୍ଷା ସମିତିରୁ ତଦନ୍ତକରି 28 ଲକ୍ଷ୍ୟଟଙ୍କା ରିକଭେରି କରିଛି । ତେବେ ବଳକା 24 ଟି ବନ ସୁରକ୍ଷା ସମିତିର ମଧ୍ୟ ତଦନ୍ତ କରିବାକୁ ରାୟଗଡା ଟିଡିପି ଆସୋସିସନ ପକ୍ଷରୁ ଲୋକାୟୁକ୍ତ ପାଖରେ ଅଭିଯୋଗ ହେବାପରେ ଏବେ ବିଷମକଟକ ଅଞ୍ଚଳର ସନ୍ୟାସିଗୁଡା ନିକଟରେ ରହିଥିବା ଲଣ୍ଡା ପାହାଡ ସମେତ ବିଭିନ୍ନସ୍ଥାନରେ ଭିଜିଲାନ୍ସର 33 ଜଣିଆ ଟିମ୍ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କାହା ବଳରେ ଏତେବଡ ଦୁର୍ନିତୀ କରିବାରେ ସାହାସ କରିଲେ ବନ ବିଭାଗର ବଡପଣ୍ଡାମାନେ । ଏହି ଦୁର୍ନିତୀର କିଙ୍ଗପିନ କୁହାଯାଉଥିବା ତତ୍କାଳିନ ରେଞ୍ଜର ପ୍ରଶନ୍ନ ମିଶ୍ରଙ୍କ ଉପରେ କେବେ ନିଆଯିବ କାର୍ଯ୍ୟନୁଷ୍ଠାନ । ଏତେବଡ ଦୁର୍ନିତିର ଅଭିଯୋଗ ସତ୍ତ୍ବେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ପ୍ରଶନ୍ନ ମିଶ୍ରଙ୍କ ପଦନ୍ନତି ହେଲା କେମିତି ? ଏମିତି ଅନେକ ପ୍ରଶ୍ନ ଏବେ ଠିଆ ହୋଇଛି ।

 

Sponsored
corruption in the name of plantation-at-rayagada | Argus English