ଗତ କାଲି ସନ୍ଧ୍ୟାରେ ଫୋନ୍ କଲ୍ ଆସିଥିଲା, ଆଉ ଘରକୁ ଫେରି ନଥିଲେ
·2 years ago

ଅର୍ଗସ ବ୍ୟୁରୋ : ସୁବର୍ଣ୍ଣପୁର ମହାନଦୀ ବ୍ରିଜ ତଳୁ ମୃତ ଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ବୀରମହାରାଜପୁର ଥାନା କେଶଳପୁରା ଗାଁର ଲୋକନାଥ ନାଏକ ବୋଲି ଜଣା ପଡିଛି । ସେ ଗତକାଲି ସନ୍ଧ୍ୟାରେ ଘରୁ ବାହାରି ଥିବାବେଳେ ଆଉ ଫେରି ନଥିଲେ । ତେବେ ଆଜି ମହାନଦୀରୁ ତାଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଲୋକନାଥଙ୍କ ପାଖକୁ ଗତ କାଲି ସନ୍ଧ୍ୟାରେ ଏକ ଫୋନ୍ ଆସିଥିଲା । ଫୋନ୍ ପାଇ ଲୋକନାଥ ଘରୁ ବାହାରି ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ସନ୍ଧାନ ପାଇ ନଥିଲେ । ତାଙ୍କୁ କେହି ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: