ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ
·2 years ago

ବଲାଙ୍ଗୀର: ଟିଟିଲାଗଡ଼ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ ଡାକରା । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା, ବିଭିନ୍ନ ସଂଗଠନର ନେତୃବୃନ୍ଦଙ୍କ ଉପସ୍ଥିତିରେ ବନ୍ଦ ପାଳନ କରାଯାଇଛି ।
ଜିଲ୍ଲା ଦାବି ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନ କରାଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି l ଦୀର୍ଘ ୩୦ ବର୍ଷ ହେବ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଆନ୍ଦୋଳନ ଜୋର ଧରି ଥିବାବେଳେ ରାଜ୍ୟ ସରକାର ଭୁଆଁ ଵୁଲେଇ ଚାଲୁ ଥିବା ନେଇ ଅଭିଯୋଗ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: