Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପରେ ଝଡ଼

National

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପରେ ଝଡ଼

Ritu Das
Browse all articles by Ritu Das
·2 years ago·1 min read
ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପରେ ଝଡ଼

ଅର୍ଗସ ବ୍ୟୁରୋ: ମାଳଦ୍ୱୀପରେ ଲାକ୍ଷାଦ୍ୱୀପ ଝଡ଼ । ଭାରତ ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ବିତ ହେଲେ ମାଳଦ୍ୱୀପର ୩ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ନିଲମ୍ବିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ । ସେଠାକାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ଯେଉଁମାନଙ୍କୁ ରୋମାଞ୍ଚ ପସନ୍ଦ ସେମାନେ ଲାକ୍ଷାଦ୍ୱୀପ ନିଶ୍ଚୟ ଯାଆନ୍ତୁ । ଏହା ପରେ ହଠାତ୍ ଗୁଗୁଲରେ ଲାକ୍ଷାଦ୍ୱୀପକୁ ବହୁ ସଂଖ୍ୟାରେ ଲୋକେ ସର୍ଚ୍ଚ କରିଥିଲେ । ଚର୍ଚ୍ଚା ଜୋରସୋରରେ ହେବା ପରେ ମାଳଦ୍ୱୀପ ପଟୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଥିଲା । ମାଳଦ୍ୱୀପ ସରକାରର ମନ୍ତ୍ରୀ ମୋଦୀଙ୍କ ଫଟୋ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଆମ ସହ ପ୍ରତିଦ୍ୱନ୍ଦିତା କରିବାର ଧାରଣା ରଖିବା ହିଁ ଭୁଲ । ଆମେ ପ୍ରଦାନ କରୁଥିବା ସେବା ଗୁଡ଼ିକ ସେମାନେ କିପରି ପ୍ରଦାନ କରିପାରିବେ ? ସେମାନେ ଏତେ ପରିଷ୍କାର କିପରି ହୋଇପାରିବେ ବୋଲି ପ୍ରତିକ୍ରିୟା ଦେଇଥିଲେ। 

ମାଳଦ୍ୱୀପ ମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ପରେ ଅନେକ ଭାରତୀୟ ସେମାନଙ୍କ ମାଳଦ୍ୱୀପ ପୋଷ୍ଟ ବାତିଲ କରିଛନ୍ତି । ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ଭାରତର ଅନେକ ସେଲିବ୍ରିଟି ମଧ୍ୟ ସମାଲୋଚନା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Prime Minister's | Argus English