Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନୌସେନାକୁ ଆଜି ମିଳିବ ବଡ଼ ଶକ୍ତି

National

ନୌସେନାକୁ ଆଜି ମିଳିବ ବଡ଼ ଶକ୍ତି

Ritu Das
Browse all articles by Ritu Das
·2 years ago·1 min read
ନୌସେନାକୁ ଆଜି ମିଳିବ ବଡ଼ ଶକ୍ତି

ଅର୍ଗସ ବ୍ୟୁରୋ: ନୌସେନାକୁ ମିଳିବ ବଡ଼ ଶକ୍ତି । ପ୍ରତିରକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଭାରତୀୟ ନୌସେନାରେ ସାମିଲ ହେବ ଶତ୍ରୁ ପକ୍ଷ ମିସାଇଲ ବିଧ୍ବଂସକ ସ୍ବଦେଶୀ ଯୁଦ୍ଧ ଜାହାଜ ଇମ୍ଫାଲ । ଗତ 20 ଅକ୍ଟୋବରରେ ନୌସେନାକୁ ହସ୍ତାନ୍ତର କରାଯାଇଥିଲା ଏହି ଯୁଦ୍ଧପୋତ ।  ଦେଶର ନୂଆ ଷ୍ଟେଲଥ ଗାଇଡେଡ୍ ଡେଷ୍ଟ୍ରୟର ହେଉଛି ଆଇଏନଏସ ଇମ୍ଫାଲ। ମାଜଗାଓଁ ଡକ୍ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ଏହି ଯୁଦ୍ଧ ଜାହାଜ ନିର୍ମାଣ କରାଯାଇଛି । ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ ପକ୍ଷରୁ ଏହି ଜାହାଜକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । 

ଆଇଏନଏସ ଇମ୍ଫାଲ ଦେଶର ପ୍ରଥମ ଯୁଦ୍ଧ ଜାହାଜ ଯାହାର ନାମକରଣ ପୂର୍ବାଞ୍ଚଳର ଏକ ସହର ଅନୁସାରେ ନାମିତ କରାଯାଇଛି । ଏହି ଯୁଦ୍ଧ ଜାହାଜରେ ୯୦ ଡିଗ୍ରୀରେ ପ୍ରଦକ୍ଷିଣ କରି ଶତ୍ରୁକୁ ଆକ୍ରମଣ କରିବାର କ୍ଷମତା ରହିଛି । ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲରୁ ବ୍ରହ୍ମୋସ, ଟର୍ପେଡୋ ଟ୍ୟୁବ ଲଞ୍ଚର, ବୁଡାଜାହାଜ ବିଧ୍ବଂସୀ ରକେଟ ଲଞ୍ଚର, ୭୬ ମିମି ଏସଆରଜିଏମ ତୋପ ମଧ୍ୟ ଖଞ୍ଝା ଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored