Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨କୋଟି ସବସକ୍ରାଇବର ହାସଲ କରି ବିଶ୍ବର ପ୍ରଥମ ନେତା ହେଲେ ମୋଦି

National

୨କୋଟି ସବସକ୍ରାଇବର ହାସଲ କରି ବିଶ୍ବର ପ୍ରଥମ ନେତା ହେଲେ ମୋଦି

Ritu Das
Browse all articles by Ritu Das
·2 years ago·1 min read
୨କୋଟି ସବସକ୍ରାଇବର ହାସଲ କରି ବିଶ୍ବର ପ୍ରଥମ ନେତା ହେଲେ ମୋଦି

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ରେକର୍ଡ । ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ୨ କୋଟି ସବସକ୍ରାଇବର ହାସଲ କରିବାରେ ବିଶ୍ବର ପ୍ରଥମ ନେତା ହୋଇଛନ୍ତି ପିଏମ୍‌ ମୋଦି । ବିଶ୍ବର ସମସ୍ତ ନେତାଙ୍କୁ ପଛରେ ପକାଇ ଏବେ ୟୁଟ୍ୟୁବରେ ଶୀର୍ଷରେ ପହଞ୍ଚିଛନ୍ତି ମୋଦି । 

ପୁରା ବିଶ୍ବରେ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିବା ବେଳେ ଏବେ ୟୁଟ୍ୟୁବରେ ମଧ୍ୟ ମୋଦିଙ୍କୁ ସବୁଠୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ପ୍ରଧାନମନ୍ତ୍ରୀଙ୍କ ଚାନେଲର ସବୁଠାରୁ ବିଶେଷ କଥା ହେଉଛି ଲୋକମାନେ ଏଥିରେ ଅପଲୋଡ୍ ହୋଇଥିବା ଭିଡିଓ ଗୁଡିକ ପସନ୍ଦ କରନ୍ତି । ପ୍ରଧାନମନ୍ତ୍ରୀଙ୍କ ଚାନେଲର ପ୍ରତ୍ୟେକ ଭିଡିଓରେ କିଛି ସେକେଣ୍ଡ ଲକ୍ଷ ଲକ୍ଷ ଭ୍ୟୁଜ ଆସିଥାଏ । 12 ବର୍ଷ ତଳେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଚ୍ୟାନେଲରେ ଭିଡିଓ ଅପଲୋଡ୍ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପିଏମ ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲରେ 23 ହଜାର ଭିଡିଓ ସେୟାର କରାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi became | Argus English