ରେଳ ମନ୍ତ୍ରଣାଳୟ ଟ୍ବିଟ : so beautiful, so elegant, just looking like wow..

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ଏକ ଡାଇଲଗ ଏବେ ବେଶ ଭାଇରାଲ ହେବାକୁ ଲାଗିଛି . ଯାହାକୁ ସବୁ ସୋସିଆଲ ମିଡିଆ ୟୁଜର୍ସଙ୍କ ସହ ବଡବଡ ସେଲିବ୍ରିଟି ମାନେ ବ୍ୟବହାର କରିବାରେ ଲାଗିଛନ୍ତି . ଏଥିରୁ ବାଦ ପଡିନାହାନ୍ତି ରେଳ ମନ୍ତ୍ରଣାଳୟ ବିଭାଗ. କେରଳରୁ ବନ୍ଦେ ଭାରତ ଏକ୍ସପ୍ରେସର ଦୁଇଟି ଫୋଟୋକୁ ସୋସିଆଲ ମିଡିଆରେ ଟ୍ବିଟ କରିବା ସହ ଲେଖିଛନ୍ତି, ସୋ ବିୟୁଟିଫୁଲ, ସୋ ଏଲିଗାଣ୍ଟ , ଜଷ୍ଟ ଲୁକିଙ୍ଗ ଲାଇକ ୱାଓ .
ରେଳ ମନ୍ତ୍ରଣାଳୟ ନିଜ ଏକ୍ସ ହ୍ୟାଣ୍ଡଲରେ ଲଗାତାର ରେଳ ବିଭାଗର କାର୍ଯ୍ୟ ଏବଂ ଏହାର ଉନ୍ନତିକରଣ କେତେଦୂର ହେଉଛି ତା ଉପରେ ଅବଗତ କରାଇଥାନ୍ତି. ଏଥର ତିରୁଅନନ୍ତପୁରମ-କାସାରାଗଡ ରେଳ ସେକ୍ସନ କେରଳରୁ ବନ୍ଦେ ଭାରତ ଏକ୍ସପ୍ରେସର ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି. ଯେଉଁଥିରେ ଏହି ଭାଇରାଲ ଡାଇଲଗ ବ୍ୟବହାର କରିଛନ୍ତି. ସେପ୍ଟେମ୍ବର ୨୪ ତାରିଖରେ କେରଳ ତାର ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ବାଗତ ଜଣେଇିଛି. ଏହା ପୂର୍ବରୁ ଏପ୍ରିଲରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କେରଳରେ ଉଦଘାଟନ ହୋଇଥିଲା. ଏପର୍ଯ୍ୟନ୍ତ ଏହି ଟ୍ରେନ ୧୧ଟି ଜିଲ୍ଲାକୁ କଭର କରିଛି .
📱 Get Argus News App
✨Blue and Tangerine #VandeBharatExpress
— Ministry of Railways (@RailMinIndia) November 4, 2023
So beautiful, so elegant, just looking like a wow!
Location: Vellayil Station in Thiruvananthapuram- Kasaragod section of Kerala pic.twitter.com/qpcohOyLFw
ଯଦି ଏହି ଡାଇଲଗ କଥା କୁହାଯାଏ, ତେବେ ଏହି ଡାଇଲଗ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି. ଜସ୍ମିନ କୌର ନାମକ ଜଣେ ସ୍ତ୍ରୀ ଲୋକ ସାଲୱାର ସୁଟ ପିନ୍ଧି ଏହି ଡାଇଲଗ କହୁଥିବା ଦେଖିବାକୁ ମିଳିଥିଲା. ପରେ ଏହି ଡାଇଲଗ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି.