Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୫୮ ବର୍ଷରେ ପାଦ ଥାପିଲେ ଶାହାରୁଖ ଖାନ

Entertainment

୫୮ ବର୍ଷରେ ପାଦ ଥାପିଲେ ଶାହାରୁଖ ଖାନ

Ritu Das
Browse all articles by Ritu Das
·2 years ago·2 min read
୫୮ ବର୍ଷରେ ପାଦ ଥାପିଲେ ଶାହାରୁଖ ଖାନ

ଅର୍ଗସ ବ୍ୟୁରୋ: ବଲିଉଡର ରୋମାନ୍ସ କିଙ୍ଗ ତଥା କିଙ୍ଗ ଖାନଙ୍କର ଆଜି ହେଉଛି ଜନ୍ମଦିନ। ଶାହାରୁଖ ଆଜି ୫୮ ବର୍ଷରେ ପାଦ ଥାପିଛନ୍ତି। ସେଥିପାଇଁ ସୁବଆଡୁ ଛୁଟୁଛି ତାଙ୍କୁ ପ୍ରଶଂସାର ସୁଅ। ସେଥିପାଇଁ ବୁଧବାର ରାତି ୧୨ଟାରେ ଶାହାରୁଖଙ୍କ ଫ୍ୟାନମାନେ ତାଙ୍କୁ ଓ୍ବିଶ କରିବାକୁ ତାଙ୍କ ମନ୍ନତ ଆଗରେ ଭିଡ଼ ଜମାଇଥିଲେ। ତା' ପରେ ଶାହାରୁଖ ଛାତ ଉପରକୁ ଆସି ଫ୍ୟାନମାନଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ।

କଙ୍ଗନା ରାଣାୱତଙ୍କ ସହ 'ତେଜସ୍' ଫିଲ୍ମ ଦେଖିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

୨୦୨୩ ବର୍ଷ ତାଙ୍କ କ୍ୟାରିୟର ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇଛି। ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ପଠାନ ବକ୍ସ ଅଫିସରେ ୨୦୦୦ କୋଟି ଟଙ୍କାର କଲେକ୍ସନ କରିଛି। ଆଗକୁ ତାଙ୍କର ଆଉ ଏକ ମୁଭି ଆସୁଛି। ମୁଭିର ନାଁ ହେଲା ଡଙ୍କି। ଶାହାରୁଖଙ୍କ ସୁନ୍ଦର ପର୍ସନାଲଟି ଯୋଗୁ ତାଙ୍କୁ ବି-ଟାଉନରେ ସମସ୍ତେ ଭଲ ପାଆନ୍ତି। ସବୁଠାରୁ ଧନୀ ଅଭିନେତା କହିଲେ ଭୂଲ ହେବନି। ପ୍ରାୟ ୬,୨୦୦ କୋଟି ଟଙ୍କାର ମାଲିକ ହେଉଛନ୍ତି ଶାହାରୁଖ। ବହୁ ଆଡର ବ୍ରାଣ୍ଡ ଆମ୍ବାସାଡର। ଆଡରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀପିକା ଓ ରଣବୀରଙ୍କ ମ୍ୟାରେଜ୍ ଭିଡିଓ

ଶାହାରୁଖ ଖାନ ୧୯୬୫ ମସିହା ନଭେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଶାହାରୁଖ ଏକ ଟିଭି ସିରିଏଲ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଫିଲ୍ମ ଲାଇନରେ ପାଦ ଥାପିଥିଲେ। ଫିଲ୍ମ `ଦିଓ୍ବାନା' ସହିତ ଶାହାରୁଖ ବଲିଉଡ ଡେବ୍ୟୁ କରିଥିଲେ। ଆରମ୍ଭରୁ ଶାହାରୁଖ ନେଗେଟିଭ କ୍ୟାରେକ୍ଟର ପ୍ଲେ କରିଥିଲେ। କ୍ୟାରିୟର ଆରମ୍ଭରେ `ଡର', `ଅଞ୍ଜାମ' ଓ ବାଜିଗର ଭଳି ଫିଲ୍ମରେ ତାଙ୍କର ଅଭିନୟ ଥିଲା କାବଲେ ତାରିଖ। ତା'ପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଥିଲେ। ଆଜି ସେ ସଫଳତାର ଶୀର୍ଷରେ। ଶାହାରୁଖ ସବୁବେଳେ କୁହନ୍ତି ମୋର କେହି ଗଡ ଫାଦର ନାହାନ୍ତି। ମୁଁ ନିଜେ ପରିଶ୍ରମ କରିଛି ଆଉ ଏଠି ପହଞ୍ଚିଛି। ଆଉ ଏହାର ଶ୍ରେୟ ସବୁବେଳେ ସେ ଫ୍ୟାନମାନଙ୍କୁ ଦିଅନ୍ତି। କାରଣ ଫ୍ୟାନମାନଙ୍କ ଯୋଗୁ ହଁ ଶାହାରୁଖ ଆଜି ବଲିଉଡର କିଙ୍ଗ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
bollywood badshah Shahrukh | Argus English